‘ଦି ‌କେରଳ ଷ୍ଟୋରି’ ଦେଖିଲେ ଯୋଗୀ ଆଦିତ୍ୟନାଥ…

add-all

‘ଦ କେରଳ ଷ୍ଟୋରି’ ଫିଲ୍ମକୁ ନେଇ ବିବାଦ ବଢ଼ୁଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ‘ଦ କେରଳ ଷ୍ଟୋରି’ର ସ୍ବତନ୍ତ୍ର ପ୍ରଦର୍ଶନ ଦେଖିଛନ୍ତି। ଆଜି ପୂର୍ବାହ୍ନ ୧୧.୩୦ ସମୟରେ ଯୋଗୀ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କ ସହ ଲୋକ ଭବନ ଅଡିଟୋରିୟମରେ ଏହି ଚଳଚ୍ଚିତ୍ର ଦେଖିଛନ୍ତି। ଯୋଗୀ ଏନେଇ ଆଜି ଏକ ଟ୍ବିଟ୍‌ କରି ଏ ସଂପର୍କରେ ସୂଚନା ଦେଇଛନ୍ତି। ରାଜ୍ୟରେ କେରଳ ଷ୍ଟୋରି ଚଳଚ୍ଚିତ୍ରକୁ ଟିକସମୁକ୍ତ କରିବା ପରେ ଯୋଗୀ ଆଜି ଏହି ଚଳଚ୍ଚିତ୍ର ଦେଖିଛନ୍ତି।

ପୂର୍ବରୁ ଯୋଗୀ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ମୁଖ୍ୟ ଭୂମିକାରେ ଥିବା ଅଭିନେତ୍ରୀଙ୍କୁ ଭେଟିଥିଲେ। ମେ’ ୫ ତାରିଖରେ ଦି କେରଳ ଷ୍ଟୋରି ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରକୁ ନେଇ ବିବାଦ ବଢ଼ୁଥିବା ବେଳେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ହରିୟାଣାରରେ କେରଳ ଷ୍ଟୋରିକୁ ଟିକସମୁକ୍ତ କରାଯାଇଛି। ଉଲ୍ଲେଖଯୋଗ୍ୟ, ‘ଦ କେରଳ ଷ୍ଟୋରି’କୁ ପଶ୍ଚିମବଙ୍ଗ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ତାମିଲନାଡ଼ୁରେ ଏହି ଫିଲ୍ମ ନିଷିଦ୍ଧ ହୋଇନଥିଲେ ସୁଦ୍ଧା‌ ଥିଏଟର ମାଲିକମାନେ ଫିଲ୍ମ ପ୍ରଦର୍ଶନ କରିବେନି ବୋଲି ନିଷ୍ପତ୍ତି ନେଇଥିବାରୁ ସୁପ୍ରିମ୍‌କୋର୍ଟ କୋର୍ଟ ଆଜି ଏନେଇ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ସରକାରଙ୍କୁ ନୋଟିସ କରିଛନ୍ତି।

ad-week
Leave A Reply

Your email address will not be published.