କର୍ଣ୍ଣାଟକ ପାଇଁ ଶିମଲା ମନ୍ଦିରରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପୂଜାର୍ଚ୍ଚନା

add-all

କର୍ଣ୍ଣାଟକରେ ଭୋଟ ଗଣତି ଜାରି ରହିଥିବା ବେଳେ କଂଗ୍ରେସ ରାଜ୍ୟରେ କ୍ଷମତା ଦଖଲ କରିବା ଆଶାରେ ରହିଛି କଂଗ୍ରେସ। ବର୍ତ୍ତମାନର ଟ୍ରେଣ୍ଡ ମଧ୍ୟ କଂଗ୍ରେସ ସପକ୍ଷରେ ରହିଛି।

କର୍ଣ୍ଣାଟକରେ କେମିତି କଂଗ୍ରେସ ବାଜିମାତ କରିବ, ସେଥିପାଇଁ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଶିମଲାର ଗୋଟିଏ ମନ୍ଦିରରେ ସକାଳୁ ସକାଳୁ ପୂଜାର୍ଚ୍ଚନା କରିଛନ୍ତି। ସେ ମନ୍ଦିର ଭିତରେ ବସି ପ୍ରାର୍ଥନା କରୁଥିବା ବେଳର ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ପ୍ରିୟଙ୍କ ଗାନ୍ଧି ଦେଶ ଓ କର୍ଣ୍ଣାଟକରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ଶିମଲାର ଜାଖୁ ଠାରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ସେଠାରେ ବସି ଅନେକ ସମୟ ପ୍ରାର୍ଥନା ମଧ୍ୟ କରିଛନ୍ତି।

କର୍ଣ୍ଣାଟାକରେ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ବହୁ ଆଗରେ ରହିଛି। ଯଦି ଆଉ କିଛି ଘଣ୍ଟା ଏପରି ଟ୍ରେଣ୍ଡ ଜାରି ରହିବ, ତା’ହେଲେ ଦଳ ବଡ଼ ବିଜୟ ହାସଲ କରିବାକୁ ସକ୍ଷମ ହେବ।

କଂଗ୍ରେସ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ମୁଁ ଅଜୟ, ମୁଁ ଅତ୍ୟନ୍ତ ଆତ୍ମବିଶ୍ୱାସୀ। ହଁ, ଆଜି ମୁଁ ଆଉ ଅଟକିବି ନାହିଁ।” କଂଗ୍ରେସର କହିବା କଥା ଯେ ଦଳ ୨୨୪ଟି ବିଧାନସଭା ଆସନରୁ ୧୩୦ଟି ସ୍ଥାନରେ ବାଜିମାତ କରିବ।

କଂଗ୍ରେସ ଏଠାରେ ଜିତିଲେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଏଯାଏ ନିଷ୍ପତ୍ତି ହୋଇନି। ସିଦ୍ଦରମୈୟା ଓ ଡିକେ ଶିବ କୁମାର ମୁଖ୍ୟମନ୍ତ୍ରୀ ହେବାକୁ ଗୋଡ଼ ଟେକି ବସିଛନ୍ତି।

ad-week
Leave A Reply

Your email address will not be published.