କୈଳାସ ମାନସରୋବର ଯାତ୍ରା ଫି ବଢ଼ାଇଲା ଚୀନ

add-all

ନୂଆଦିଲ୍ଲୀ : କୈଳାସ ମାନସରୋବର ଯାତ୍ରା ପାଇଁ ଚୀନ ଭିସା ପ୍ରଦାନ କରିବା ଆରମ୍ଭ କରିଛି। ୩ ବର୍ଷ ବନ୍ଦ ରହିବା ପରେ ଏହା ଆରମ୍ଭ ହୋଇଛି। ଚଳିତଥର ବେଜିଂ ଯାତ୍ରା ନିୟମକୁ କଡ଼ାକଡ଼ି କରିଛି। ଯାତ୍ରା ସଂକ୍ରାନ୍ତ ଅଧିକାଂଶ ଫି ପାଖାପାଖି ଦୁଇଗୁଣା କରାଯାଇଛି। ତେଣୁ ଏହି ଯାତ୍ରା ପାଇଁ ଭାରତୀୟ ନାଗରିକମାନଙ୍କୁ ପାଖାପାଖି ୧ ଲକ୍ଷ ୮୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ସାଥୀରେ ଯଦି ଜ‌ଣେ ବ୍ୟକ୍ତି ନେପାଳରୁ ସହାୟକ ନେବେ ଏଥିପାଇଁ ଅତିରିକ୍ତ ୩୦୦ ଡଲାର ବା ୨୪ ହଜାର ଟଙ୍କା ଦେବାକୁ ହେବ। ଯାତ୍ରା ଦ୍ବାରା ଘାସ କ୍ଷତିଗ୍ରସ୍ତ ହେଉଥିବାରୁ ସେହି ବାବଦରେ ଏହି ଅତିରିକ୍ତ ଫି ନିଆଯିବ।

ପରିବର୍ତ୍ତିତ ନିୟମ ଅନୁଯାୟୀ, ପ୍ରତି ଯାତ୍ରୀଙ୍କୁ କାଠମାଣ୍ଡୁ ବେସ୍‌ରେ ଯାତ୍ରୀମାନଙ୍କୁ ସ୍ବତନ୍ତ୍ର ପରିଚୟ ବ୍ୟବସ୍ଥା କରାଇବାକୁ ହେବ। ସେଠାରେ ଫିଙ୍ଗରପ୍ରିଣ୍ଟ୍ ଏବଂ ଆଖିର ସ୍କାନିଂ ହେବ। କାଠମାଣ୍ଡୁ ପୋଷ୍ଟର କହିବାନୁଯାୟୀ, ବିଦେଶୀ ପର୍ଯ୍ୟଟକ ବିଶେଷକରି ଭାରତୀୟଙ୍କ ପ୍ରବେଶକୁ ସୀମିତ ରଖିବା ପାଇଁ ଏଭଳି କଠୋର ନିୟମ କରାଯାଇଛି। ନେପାଳର ଟୁର ଅପରେଟରଙ୍କ ପାଇଁ ମାନସରୋବର ଯାତ୍ରା ଏକ ବଡ଼ ବ୍ୟବସାୟ। ନୂଆ ନିୟମ ଏବଂ ଫି ପରେ ନେପାଳର ଟୁର ଅପରେଟରମାନେ ରୋଡ୍‌ ଟ୍ରିପ ପାଇଁ ଯାତ୍ରୀ ପିଛା ଅତିକମ୍‌ରେ ୧ ଲକ୍ଷ ୮୫ ହଜାର ଟଙ୍କା ନେଉଛନ୍ତି। ୨୦୧୯ରେ ଏଥିପାଇଁ ୯୦ ହଜାର ଟଙ୍କା ଦେବାକୁ ପଡ଼ୁଥିଲା। ମେ ୧ ତାରିଖରୁ ଏହି ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି।

ad-week
Leave A Reply

Your email address will not be published.