ବିଷାକ୍ତ ମଦ ପିଇ ଚାଲିଗଲା ୩ ଜୀବନ, ୧୬ ଡାକ୍ତରଖାନାରେ ଭର୍ତ୍ତି

add-all

ଚେନ୍ନାଇ : ବିଷାକ୍ତ(ଅପ୍ରାକୃତ) ମଦ ପିଇ ଚାଲିଗଲା ୩ ଜୀବନ, ୧୬ ଡାକ୍ତରଖାନାରେ ଭର୍ତ୍ତି। ତାମିଲନାଡ଼ୁର ମର୍କକାନମ୍‌ରେ ଏହି ଅଘଟଣ ଘଟିଛି। ଗୁରୁତରମାନେ ପୁଡ଼ୁଚେରୀ ଜିଆଇପିଏମ୍‌ଇଆର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ମୃତକମାନେ ହେଲେ ସୁରେଶ, ଶଙ୍କର ଓ ରାନୀଭେଲ୍।
ଅଘଟଣ ପାଇଁ ବିରୋଧୀ ଦଳ ଏଆଇଏଡିଏମ୍‌କେ ସରକାରଙ୍କ ଦାୟିତ୍ୱହୀନତାକୁ ଦୋଷ ଦେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏଆଇଏଡିଏମ୍‌କେ ପକ୍ଷରୁ ସାଧାରଣ ସମ୍ପାଦକ ଇଡିପ୍‌ପାଡି କେ ପାଲାନିସ୍ୱାମୀ ପ୍ରଶାସନିକ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ, ଏଆଇଏଡିଏମ୍‌କେ ସରକାର ଥିବା ବେଳେ ଅପ୍ରାକୃତ ମଦ ବିକ୍ରିକୁ ହଟାଇ ଦିଆଇଯାଇଥିଲା। ମାତ୍ର ଏବେ ଏହାକୁ ପୁଣି ଲାଗୁ କରାଯାଇଛି।
ସୂଚନା ଥାଉକି, ଅପ୍ରାକୃତ ମଦ ମଣିଷ ପାଇଁ କ୍ଷତିକାରଣକ। ଏହା ମଣିଷକୁ ଅନ୍ଧ କିମ୍ବା ମଣିଷର ପ୍ରାଣ ନେଇଯାଇପାରେ।

ad-week
Leave A Reply

Your email address will not be published.