ଗୁଳିମାଡ଼ରେ ଖସିଲା ରୁଷ ସେନାର ୪ ଏୟାରକ୍ରାଫ୍ଟ

add-all

କିଭ୍ : ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷକୁ ପୁଣି ଝଟକା ଲାଗିଛି। ୟୁକ୍ରେନ ସୀମାନ୍ତରେ ରୁଷର ଦୁଇଟି ଯୁଦ୍ଧ ବିମାନ ଓ ଦୁଇଟି ହେଲିକପ୍ଟରକୁ ଗୁଳି ମାଡ଼ରେ ଧ୍ୱଂସ ହୋଇଯାଇଛି। ଗୋଟିଏ ସମୟରେ ୪ଟି ଏୟାରକ୍ରାଫ୍ଟ ଧ୍ୱଂସ ହେବାର କିଛି ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି।
ସେହିପରି ରୁଷର ୫ମ ବିମାନଟି ଆପେଆପେ ମସ୍କୋ ପାର୍ଶ୍ୱରେ କ୍ରାଶ ହୋଇଯାଇଛି। ଏସବୁ ଘଟଣା ପଛରେ ୟୁକ୍ରେନର ଭୂମିକା ଥିବା କୁହାଯାଉଛି।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏସ୍‌ୟୁ ୩୪, ଏସ୍‌ୟୁ ୩୫ ଫାଇଟର ବିମାନ ଓ ଦୁଇଟି ଏମଆଇ-୮ ହେଲିକପ୍ଟର ୟୁକ୍ରେନ ସୀମାନ୍ତରେ ଉଡ଼ୁଥିବା ବେଳେ ଆମ୍ବୁସରେ ଫସି ଯାଇଥିଲା। ୪ଟି ଯାକ ଏୟାରକ୍ରାଫ୍ଟକୁ ଗୋଟିଏ ସମୟରେ ଗୁଳି କରି ଖସାଇ ଦିଆଯାଇଛି। ୟୁକ୍ରେନରେ ହମଲା କରିବା ପାଇଁ କିଛି ଯବାନମାନଙ୍କୁ ଏୟାରଲିଫ୍ଟ କରାଯାଉଥିଲା।
ହେଲେ ସୀମାନ୍ତରେ ହିଁ ଏଗୁଡ଼ିକ ଗୁଳି ମାଡ଼ରେ ଧ୍ୱଂସ ହୋଇଯାଇଛି। ଦୁଇଟି ବିମାନରେ ଥିବା ଯବାନମାନେ ୟୁକ୍ରେନର ଚେରନିହିଭରେ ମିସାଇଲ ଓ ବୋମା ଆଟାକ ପାଇଁ ଯାଉଥିଲେ। ସେହିପରି ଦୁଇଟି ହେଲିକପ୍ଟର ସେମାନଙ୍କ ବ୍ୟାକଅପ ପାଇଁ ପଠା ଯାଇଥିଲା। ହେଲେ ରୁଷର ସବୁ ଯୋଜନା ଫେଲ ମାରି ଯାଇଛି।
ଅନ୍ୟପକ୍ଷରେ ରୁଷ ପାର୍ଶ୍ୱରେ ମସ୍କୋର ଏସ୍‌ୟୁ ୩୪ ବିମାନ କ୍ରାଶ କରି ଯାଇଛି। ଏହା ପଛରେ ମଧ୍ୟ ୟୁକ୍ରେନର ହାତ ଥିବା କୁହାଯାଉଛି। କିନ୍ତୁ କିଭ୍‌ ଏ ସମ୍ପର୍କରେ କିଛି ବି କହିନି। ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ମିଖାଇଲୋ ପୋଡୋଲୟାକ ଟ୍ୱିଟ କରି କହିଛନ୍ତି ଯେ “ନ୍ୟାୟ ଓ ତୁରନ୍ତ କର୍ମ।” ସ୍ଥାନୀୟ ଗଣମାଧ୍ୟମଗୁଡ଼ିକ ବିମାନ ଖସିବା ଓ କ୍ରାଶ କରିବାର ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

ad-week
Leave A Reply

Your email address will not be published.