ଦମ୍ପତିଙ୍କୁ ଗୁଳିମାଡ, ଲୁଟିଲେଅଢେଇ ଲକ୍ଷ ଟଙ୍କା

add-all

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା କିଞ୍ଜିରକେଲା ଥାନା ହୁରମେଇ ଗ୍ରାମରେ ଗୁଳିମାଡ଼। ସ୍ଵାମୀ ଓ ସ୍ତ୍ରୀକୁ ଗୁଳିମାଡ଼  ହୋଇଥିବା ସୂଚନା।  ଫଟୋ ଉଠାଇବା ବାହାନାରେ ଆସି ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା । ହୁରମେଇ ଗ୍ରାମର ବସନ୍ତ ବାରା ନିଜ ଘରେ କରିଥିବା ଜନସେବା କେନ୍ଦ୍ରକୁ ଫଟୋ ଉଠାଇବାକୁ ଆଜି ମଧ୍ୟାହ୍ନରେ ଏକ ବାଇକରେ ୩ ଜଣ ଯୁବକ ଆସିଥିଲେ।ତେବେ ବସନ୍ତ ମୁହଁ ଧୋଇଦିଅ ଫଟୋ ଭଲ ହେବ ବୋଲି ସେମାନଙ୍କୁ କହିଥିଲେ। ଦୁର୍ବୃତ୍ତ ମାନେ ଏହି ସମୟରେ ବସନ୍ତଙ୍କ ଘର ଭିତରକୁ ପଶିଯାଇଥିଲେ । ବସନ୍ତ ଘର ଭିତରକୁ କାହିଁକି ଯାଉଛ ବୋଲି ପଚାରିବାରୁ ୩ ଯୁବକଙ୍କ ମଧ୍ୟରୁ ଜଣେ ହଠାତ ବନ୍ଧୁକ ବାହାର କରି ଗୁଳିମାଡ କରିଥିଲେ। ଗୁଳିଟି ବସନ୍ତଙ୍କ ବାମ ହାତରେ ବାଜିଥିଲା ।

ବସନ୍ତଙ୍କ ପାଟି ଶୁଣି ତାଙ୍କ ସ୍ତ୍ରୀ ଘରୁ ବାହାରିବା କ୍ଷଣି ତାଙ୍କୁ ମଧ୍ୟ ଗୁଳି ମାରିବାକୁ ଉଦ୍ୟମ କରିବା ସହ ଏକ ଭୁଜାଲିରେ ଆକ୍ରମଣ କରିଥିଲେ।  ପରେ ଘର ଭିତରୁ ଅଢେଇ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିବା ଜଣାପଡିଛି। ଏହି ଘଟଣା ପରେ ପଡୋଶୀ ମାନେ ପୋଲିସକୁ ଖବର ଦେବାରୁ, ପୋଲିସ ଆହତଙ୍କୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରାଇବା ସହ ଚିକିତ୍ସା କରାଯାଉଛି।  କିଂଜିରକେଲା ପୋଲିସ ସୀମାବର୍ତ୍ତୀ ଅଞ୍ଚଳରେ ଚେକିଂ କରିବା ସହ ଅପରାଧୀ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି।

ad-week
Leave A Reply

Your email address will not be published.