ଆଇନ-ଶୃଙ୍ଖଳା ଉପରେ ବିଶ୍ବାସ ରଖିବା ଲାଗି ପ୍ରତିବାଦକାରୀ କୁସ୍ତିଖେଳାଳିଙ୍କୁ କହିଲେ ଅନୁରାଗ ଠାକୁର

add-all

ହାମିରପୁର (ହିମାଚଳ ପ୍ରଦେଶ): ପ୍ରତିବାଦ ଶେଷ କରିବା ସହିତ ଆଇନ ଓ ଶୃଙ୍ଖଳା ଉପରେ ବିଶ୍ବାସ ରଖିବା ଲାଗି ରବିବାର ଦିନ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ପ୍ରତିବାଦରତ କୁସ୍ତି ଖେଳାଳିମାନଙ୍କୁ ଅନୁରୋଧ କରିଛନ୍ତି।
ଏ ସଂକ୍ରାନ୍ତରେ ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇଛନ୍ତି ଏବଂ ଦିଲ୍ଲୀ ପୁଲିସ ମଧ୍ୟ ବୟାନ ରେକର୍ଡ କରୁଛି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବଜରଙ୍ଗ ପୁନିଆ, ବିନେଶ ଫୋଗାଟ୍‌ ଏବଂ ସାକ୍ଷୀ ମଲ୍ଲିକ୍‌ଙ୍କ ସମେତ କେତେ ଜଣ କୁସ୍ତି ଖେଳାଳି ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ-ଉତ୍ପୀଡ଼ନ ଅଭିଯୋଗ କରି ତାଙ୍କୁ ଗିରଫ କରିବା ଦାବିରେ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଚଳାଇଛନ୍ତି।
ହାମିର୍‌ପୁରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି, କମିଟି ଗଠନ କରାଯାଇ ସେମାନଙ୍କ ଅଭିଯୋଗ ଶୁଣାଯାଇଥିଲା। ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌’ର ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରିବା ଲାଗି ‘ଇଣ୍ଡିଆନ୍‌ ଅଲିମ୍ପିକ୍‌ ଆସୋସିଏସନ୍‌’ଦ୍ବାରା ଗୋଟାଏ ‘ଆଡ୍‌-ହକ୍‌ କମିଟି’ ଗଠନ କରାଯାଇଛି। କ୍ରୀଡ଼ାବିତ୍‌ମାନଙ୍କ ପାଇଁ ବିଚାର ଆରମ୍ଭ ହୋଇଛି।

ଏହାଛଡ଼ା, ସୁପ୍ରିମ୍‌ କୋର୍ଟ ମଧ୍ୟ ତାଙ୍କର ରାୟ ଶୁଣାଇ ସାରିଛନ୍ତି। ଦିଲ୍ଲୀ ପୁଲିସ ମଧ୍ୟ ‘ଏଫ୍‌ଆଇଆର୍’ ପଞ୍ଜୀକରଣ କରି ବୟାନ ରେକର୍ଡ କରୁଛି। ଖେଳାଳିମାନେ ଆଇନ ଓ ଶୃଙ୍ଖଳା ପ୍ରତି ଭରସା ରଖି ପ୍ରତିବାଦ ଅବସାନ କରିବା ଆବଶ୍ୟକ।

ad-week
Leave A Reply

Your email address will not be published.