ପିପିଲି ବ୍ଲକ ଗସ୍ତରେ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ

add-all

ପିପିଲି : ଅମୃତ ସରୋବର ଯୋଜନାରେ ଓଡ଼ିଶାରେ କିଭଳି ହେଇଛି କାର୍ଯ୍ୟକାରୀ । ତାହାର ବାସ୍ତବ ସ୍ଥିତି ପରଖିବା ପାଇଁ ପୁରୀ ଜିଲ୍ଲା ପିପିଲି ବ୍ଲକ ଗସ୍ତ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ । କେଉଁ କେଉଁ ପ୍ରକଳ୍ପ କରାଯାଇଛି ଏବଂ ଏହା ସ୍ଥାନୀୟ ଲୋକଙ୍କ ସେବାରେ କିଭଳି ଆସିପାରୁଛି ସେ ସମ୍ପର୍କରେ ସରପଞ୍ଚଙ୍କୁ ପଚାରି ବୁଝିଥିଲେ ।

ପରେ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଜିମ୍‌ ଉପକରଣ ଦେଖିଥିଲେ । ପଞ୍ଚାୟତ ନିକଟରେ ଥିବା ମା’ ମମତା ଉତ୍ପାଦକ ଗୋଷ୍ଠୀର ମା’ମାନେ ଜୀବିକା ମିଶନ ମାଧ୍ୟମରେ କିଭଳି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ସେ ସମ୍ପର୍କରେ ପଚାରି ବୁଝିବା ସହିତ ମହିଳାମାନେ ଧୁପକାଠି ତିଆରି କରି କିଭଳି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ସେ ସମ୍ପର୍କରେ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସଫଳତା ପାଇଥିବା ମହିଳାମାନେ କହିଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟରେ ପାର୍ଲିଆମେଣ୍ଟାରୀ କମିଟିର ସଦସ୍ୟମାନେ ଦାଣ୍ଡମୁକୁନ୍ଦପୁର ବଜାର ଠାରୁ କସରଦା ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ । କାମର ମାନ ଏବଂ ଏହାର ସ୍ଥାୟୀତ୍ୱ ସମ୍ପର୍କରେ ପଚାରିଥିଲେ । ଦୁର୍ଗାଦାସପୁର ପଞ୍ଚାୟତରେ ପରିବେଷଣ କରାଯାଇଥିବା ଘୋଡ଼ା ନାଚ ଏବଂ ଗୋଟିପୁଅ ନୃତ୍ୟ ଦେଖି ଅତିଥିମାନେ ଖୁସି ବ୍ୟକ୍ତ କରିଥିଲେ । ପରେ ପଞ୍ଚାୟତର ପାଠାଗାର କାର୍ଯ୍ୟାଳୟ ଏବଂ ପାନୀୟ ଜଳ ପ୍ରକଳ୍ପକୁ ବୁଲି ଦେଖିଥିଲେ । ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ।

ad-week
Leave A Reply

Your email address will not be published.