ଦିନ ଦ୍ୱିପହରରେ ଗହଣା ସୋ’ ରୁମ୍‌ରୁ ଲୁଟି ନେଲେ ପ୍ରାୟ ୧୨ କୋଟିର ସୁନା ଅଳଙ୍କାର

add-all

ଯାଜପୁର:ଆଜି ମଧ୍ୟାହ୍ନରେ ଯାଜପୁର ରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରରେ ବଡଧରଣର ଲୁଟ ହୋଇଛି। ସହରରେ ଦୀର୍ଘ ଦିନରୁ ବ୍ୟବସାୟ କରୁଥିବା ସିନକୋ ଗୋଲ୍ଡ ସୁନା ଦୋକାନରୁ ପାଖାପାଖି ୧୨ କୋଟି ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧.୩୦ ସମୟରେ ୨ ଜଣ ବ୍ୟକ୍ତି ଗ୍ରାହକ ସାଜି ସୋରୁମ ଭିତରକୁ ପ୍ରବେଶ କରିଥିଲେ। ଏହାରି ଭିତରେ ସେମାନେ ସୁନା ଦେଖିବାକୁ କହିଥିବାବେଳେ ଜଣେ ଶୌଚାଳୟକୁ ଯାଇ ବାହାରେ ଥିବା ସହଯୋଗୀଙ୍କୁ ଫୋନ କରିଥିଲା। ପରେ ଅନ୍ୟ ୩ ଜଣ ପ୍ରବେଶ କରିଥିବା ମୋଟ ୭ ଜଣ ‌ସୋରୁମ ଭିତରକୁ ଯାଇଥିଲେ। ସେମାନେ ସୋରୁମର କର୍ମଚାରୀମାନଙ୍କୁ ଗୋଟିଏ ସ୍ଥାନରେ ବସାଇ ହାତ ବାନ୍ଧି ବନ୍ଧୁକରେ ଭୟଭୀତ କରିଥିବାବେଳେ କିଛି ‌ଲୁଟେରା ପୁରା ‌ସୋରୁମରେ କଳାକନା ବୁଲାଇ ଦେଇଛନ୍ତି।

୧୭ କେଜିର ସୁନା ସହ ହୀରା ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି ଲୁଟେରା। ତେବେ କିଛି ରୂପା ଅଳଙ୍କାରକୁ ଛାଡି ଯାଇଛନ୍ତି। ତେବେ ସୁରକ୍ଷାକର୍ମୀଙ୍କୁ ସେମାନେ ମାଡ ମାରିବା ସହ ତାଙ୍କ ବନ୍ଧୁକ ଛଡାଇ ନେଇଥିଲେ। ଏହି ସମୟରେ ସୋରୁମରେ ସୁନା କିଣିବାକୁ ଆସିଥିବା ଦୁଇ ଜଣ ଗ୍ରାହକଙ୍କୁ ମଧ୍ୟ ମାଡ ମାରିବା ସହ ତାଙ୍କ ମୋବାଇଲ ଛଡାଇନେଇ ତାଙ୍କୁ ମଧ୍ୟ ବନ୍ଧୁକ ମୁନରେ ଭୟଭୀତ କରିଥିଲେ। ତେବେ ଖବର ପାଇ ଯାଜପୁର ରୋଡ ପୁଲିସ ପହଞ୍ଚି ଅନୁସଂଧାନ ଆରମ୍ଭ କରିଛି। ସହରର ଭିତରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି। ତେବେ କିଛି ମହିଳା କର୍ମଚାରୀ ଆହତ ହୋଇଥିବାବେଳେ ତାଙ୍କୁ ଡାକ୍ତରଖାନାରେ ଭତ୍ତି କରାଯାଇଛି।

ad-week
Leave A Reply

Your email address will not be published.