ଜୁନ ୪ ରେ କେରଳରେ ପହଞ୍ଚିବ ମୌସୁମୀ..

add-all

ଭୁବନେଶ୍ୱର :ଏବର୍ଷ ଚାରି ଦିନ ବିଳମ୍ବରେ ଆସିପାରେ ମୌସୁମୀ। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଜୁନ ୪ତାରିଖ ସୁଦ୍ଧା କେରଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୨୦୨୨ରେ ମୌସୁମୀ ବାୟୁ ମେ ୨୯ ତାରିଖରେ କେରଳ ଛୁଇଁବ ବୋଲି ଅନୁମାନ କରାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟର ୨ଦିନ ପୂର୍ବରୁ କେରଳ ଛୁଇଁଥିଲା ମୌସୁମୀ।

ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ ୧ ତାରିଖରେ କେରଳ ଛୁଇଁଥାଏ। ୨୦୦୫ ମସିହା ଠାରୁ ମୌସୁମୀର ଆଗମନ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଆସିଛି। ଷ୍ଟାଟିଷ୍ଟିକାଲ ମଡ଼େଲ ଅନୁଯାୟୀ ଏହାକୁ ଆକଳନ କରାଯାଇଥାଏ। ତେବେ ଏଥିରେ ୪ଦିନ ପୂର୍ବ କିମ୍ବା ୪ଦିନ ପରର ଅନ୍ତର ରହିଥାଏ। ମୌସୁମୀ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ସଠିକ ପ୍ରମାଣିତ ହୋଇଆସିଛି।

ad-week
Leave A Reply

Your email address will not be published.