ନସ୍କଲ ଏରିଆ କମାଣ୍ଡର ସମେତ ଦୁଇ ଗିରଫ

add-all

ରାଉରକେଲା: ରାଉରକେଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପିପୁଲ ଲିବରେସନ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଲଏଫଆଇ)ର ଏରିଆ କମାଣ୍ଡର ନେଲସନ୍ ଗୁଡ଼ିଆ ଏବଂ ତାର ଅନ୍ୟ ଜଣେ ସହଯୋଗୀଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି। ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ ଓ ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ଏହି ଦୁଇ ହାର୍ଡକୋର୍ ପିଏଲ୍ଏଫ୍‌ଆଇ ସଦସ୍ୟ ଓଡିଶା-ଝାରଖଣ୍ଡ ସୀମାନ୍ତ ବିଶ୍ରା, ଜରେଇକେଲା, ଭାଲୁଲତା ଆଦି ଅଞ୍ଚଳରେ ବିଭିନ୍ନ ଅପରାଧିକ ମାମଲାରେ ସଂଶ୍ଲିଷ୍ଟ ଅଛନ୍ତି।

ଏମାନଙ୍କ ନାଁରେ ଦାଦା ବଟି, ହତ୍ୟା ଉଦ୍ୟମ ଭଳି ଅତି ଜଘନ୍ୟ ମାମଲା ରହିଛି। ନେଲସନର ଗତିବିଧି ସମ୍ପର୍କରେ ଖବର ପାଇ ରାଉରକେଲା ପୁଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଶ୍ରା ଥାନା ଅଞ୍ଚଳରେ ଚଢ଼ଉ କରିଥିଲେ। ନେଲସନକୁ ଗିରଫ କରିବା ପରେ ତାର ଅନ୍ୟ ଜଣେ ସହଯୋଗୀକୁ ମଧ୍ୟ ପୁଲିସ ଗିରଫ କରିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.