ଭୁବନେଶ୍ବରରେ ଫ୍ଲାଟ ଦେବା ନାମରେ ଠକେଇ, କଂପାନି ପରିଚାଳନା ନିର୍ଦ୍ଦେଶକ ଗିରଫ

add-all

ଭୁବନେଶ୍ବର: ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଏକ ରିୟଲ ଇଷ୍ଟେଟ୍ କଂପାନିର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ରାଜଧାନୀ ଭୁବନେଶ୍ବରର ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ କହି ୧୨୭ ଜଣଙ୍କୁ ଠକି ଆସୁଥିବା ମିଶ୍ର କ୍ରିଏସନ୍ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ ଘରୋଇ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କ ଦ୍ବାରା ଠକାମୀର ଶିକାର ହେଲା ପରେ ଭୁବନେଶ୍ବର ରସୁଲଗଡ଼ ଅଞ୍ଚଳର ସ୍ବଦେଶ ରାୟ ଚୌଧୁରୀ ନାମରେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଇଓଡବ୍ଲୁ ମାମଲା ରୁଜୁ କରିଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, କଂପାନି ଅନ୍ୟ ନିବେଶକାରୀଙ୍କ ଭଳି ଶ୍ରୀ ଚୌଧୁରୀଙ୍କୁ ମଧ୍ୟ ଫ୍ଲାଟ ଦେବାକୁ କହିଥିଲେ। ଶ୍ରୀ ଚୌଧୁରୀ ୧୬ ଲକ୍ଷ ଟଙ୍କା ଦେଇ ୨୦୧୬ ମସିହାରେ ଏକ ଫ୍ଲାଟ ବୁକିଂ କରିଥିଲେ। ଶ୍ରୀ ଚୌଧୁରୀଙ୍କୁ ୩୦ ମାସ ମଧ୍ୟରେ ଫ୍ଲାଟ ହସ୍ତାନ୍ତର କରାଯିବାକୁ କଂପାନି ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏବେ ଯାଏଁ କଂପାନି ପ୍ରତିଶ୍ରୁତି ପୂରଣ କରିପାରି ନାହିଁ ଅଥବା ଟଙ୍କା ଫେରସ୍ତ କରିନାହିଁ। ତେବେ ଇଡଓବ୍ଲୁ ତନ୍ତରୁ ଜାଣିବାକୁ ପାଇଛି ଯେ, କଂପାନି ୧୨୭ ଜଣଙ୍କ ଠାରୁ ୧୫ କୋଟି ଟଙ୍କା ସଂଗ୍ରହ କରିଛି।

ad-week
Leave A Reply

Your email address will not be published.