ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡିବସିଲା STF, ୨ ଗିରଫ

add-all

ସୋନପୁର: ବଜ୍ରକାପ୍ତା ଚୋରାଚାଲାଣ ବେଳେ ମାଡିବସିଲା STF। ୧୦କେଜି ଓଜନର ୨ଟି ବଜ୍ରକାପ୍ତା ଉଦ୍ଧାର। ସୋନପୁର ଫରେଷ୍ଟ ଡିଭିଜନ ଭିତରେ ଚାଲିଥିଲା ଡିଲ। ୨ଭାଇ ଡିଲ କରୁଥିବା ନେଇ ଖବର ପାଇଥିଲା STF। ସୋନପୁର ବନ ବିଭାଗ ସହାୟତାରେ ଦୁଇ ଚୋରା ଚାଲାଣକାରୀଙ୍କୁ ଗିରଫ କଲା STF। ୨ ଅଭିଯୁକ୍ତ ହେଲେ ବେଦବ୍ୟାସ ଧାରୁଆ, ନବଦୀପ ଧାରୁଆ । ଉଭୟଙ୍କ ଘର ସୋନପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝଙ୍କାରପଲ୍ଲୀ।

ଗୋଟିଏ ବଜ୍ରକାପ୍ତାକୁ ୧୦ଲକ୍ଷ ଟଙ୍କାରେ ବିକିଥାନ୍ତେ ଅଭିଯୁକ୍ତ। ଦେଢ଼ ରୁ ଅଢେ଼ଇ ଲକ୍ଷ ଟଙ୍କା କେବଳ କାତିର ଦାମ। ଫିଲିପାଇନ୍ସ, ଚାଇନା, ନେପାଳ ଓ ବାଂଲାଦେଶକୁ ଭାରତରୁ ହେଉଛି ଚାଲାଣ। ବନ୍ୟଜନ୍ତୁ ଅପରାଧ ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ ଚଲାଇଛି STF।

ad-week
Leave A Reply

Your email address will not be published.