ଗଣ୍ଡି ମୁଣ୍ଡ ଅଲଗା କରି ଯୁବକଙ୍କୁ ବୀଭତ୍ସ ହତ୍ୟା

youtube

ବଲାଙ୍ଗିର:ବଲାଙ୍ଗିର ସହର ସାଲେପାଲିରେ ନୃଶଂସ ହତ୍ୟା। ଗଣ୍ଡି ମୁଣ୍ଡ ଅଲଗା କରି ଯୁବକଙ୍କୁ ହତ୍ୟା କରିବା ପରେ ବନ୍ଦ ଘରେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ। ବନ୍ଦ ଘରୁ ମୃତକଙ୍କ ଗଳିତ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ରିଙ୍କୁ ମେହେର ବୋଲି ଚିହ୍ନଟ ହୋଇଛି। ସାଲେପାଲିର ଏକ ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖଣ୍ଡବିଖଣ୍ଡିତ ମୃତ ହେବ ଦେଖି ତାଜୁବ ହୋଇଥିଲା। ରିଙ୍କୁ ମେହେରକୁ ହତ୍ୟା କରିବା ପରେ ମୁଣ୍ଡ ଓ ଗୋଡ଼କୁ କାଟି ଫେରାର ହୋଇଛି ଦୁର୍ବୃତ୍ତ। ପ୍ରବଳ ଦୁର୍ଗନ୍ଧ ହେଉଥିବାରୁ ତିନି ଚାରିଦିନ ତଳେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ହତ୍ୟା କରିବାପରେ ମୁଣ୍ଡକୁ ହାଣି ଅଲଗା କରିଛି ହତ୍ୟାକାରୀ। ଦୁଇ ଗୋଡ଼କୁ ବି ହାଣି ଅଲଗା କରାଯାଇଛି। ଏକ ଜରିରେ ମୁଣ୍ଡ ଓ ଗୋଡ଼କୁ କାଟି ଭର୍ତ୍ତି କରାଯାଇଛି। ମୃତଦେହକୁ ଖଣ୍ଡ ଖଣ୍ଡ କରି ଅନ୍ୟତ୍ର ନେବାକୁ ଚେଷ୍ଟା କରିଛି ହତ୍ୟାକାରୀ। ଏଭଳି ବର୍ବର ହତ୍ୟାକୁ ନେଇ ତଦନ୍ତ ଏବେ ଜାରି ରହିଛି। ରିଙ୍କୁ ପେସାରେ ଅଟୋ ଡ୍ରାଇଭର। କିଛି ବର୍ଷ ହେବ ତାର ମାନସିକ ସ୍ଥିତି ଠିକ ନଥିବା କୁହାଯାଇଛି। ସେପଟେ ରିଙ୍କୁର ବାପାଙ୍କ ଦେହ ଖରାପ ଥିବାରୁ ତିନିଦିନ ଆଗରୁ ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Leave A Reply

Your email address will not be published.