ବସ ସହ ଟ୍ରକର ମୁହାଁମୁହିଁ ଧକ୍କା, ୧୦ ଯାତ୍ରୀ ଗୁରୁତର

add-all

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଲା ଛକ ନିକଟରେ ଟ୍ରକ ସହ ବସ ମୁହାଁମୁହିଁ ଧକ୍କା ହେବାରୁ ୧୦ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।  ୫ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ମା’ ଦୁର୍ଗା ନାମକ ଏକ ଘରୋଇ ବସ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଜପୁରରୁ କରଞ୍ଜିଆ ଆଭିମୁଖେ ଯାଉଥିବା ବେଳେ ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଳା

ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକା ହୋଇଥିଲା । ଫଳରେ ଉଭୟ ଟ୍ରକ ଓ ବସ ରାସ୍ତା ତଳକୁ ଓଲଟି ପଡିଥିଲା। ସମସ୍ତ ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ଚିକିତ୍ସା ପାଇଁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଇଛନ୍ତି।

ad-week
Leave A Reply

Your email address will not be published.