ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ

add-all

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ ଘଟିଛି। ସେ ନିଜର କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ କରି ଆଜି ସନ୍ଧ୍ୟା ୮ଟାରେ ଭୁବନେଶ୍ବରରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଛୁଟି ସରିବା ପୂର୍ବରୁ ରାଜ୍ୟପାଳ ଓଡ଼ିଶା ଫେରିଆସିବେ। ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟସୂଚରେ ହଠାତ ଏପରି ପରିବର୍ତ୍ତନ ରାଜନୈତିକ ମହଲରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ପୂର୍ବରୁ ଆଗମୀ ୨୨ ତାରିଖରେ ରାଜ୍ୟପାଳଙ୍କ ଫେରିବା କାର୍ଯ୍ୟକ୍ରମ ରହିଥିଲା। ହେଲେ ସେ ଏବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରି ଆସୁଛନ୍ତି ବୋଲି ସୂଚନା ରହିଛି। ରାଜ୍ୟପାଳଙ୍କ ଫେରିବା ପ୍ରସଙ୍ଗ ଭିତରେ ପୁଣି ଥରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଜୋର ଧରିଛି।

ତେବେ ‌ଦୌଡ଼ରେ ଥିବା କିଛି ଶାସକ ଦଳ ନେତା ଆଜି ଦୁବାଇରୁ ଫେରୁଥିବା ସୂଚନା ରହିଛି। କୌଣସି ବି ମୁହୂର୍ତ୍ତରେ ବଡ଼ ଧରଣର ରାଜନୈତିକ ହଟଚମଟ ହୋଇପାରେ। ଓଡ଼ିଶା ଫେରି ଆସନ୍ତାକାଲି ଦିନ ୧୦ଟାରେ ପୁରୀ ଗସ୍ତରେ ଯିବେ ରାଜ୍ୟପାଳ ଗଣେଶୀ ଲାଲ୍‌। ସେଠାରେ ସେ ବନ୍ଦେ ଭାରତ ଟ୍ରେନର ଉଦଘାଟନ ଉତ୍ସବରେ ସାମିଲ ହେବେ। ରାଜଭବନ ଫେରି ପୁଣି ହରିଆଣା ଯିବେ ଏବଂ ପୁଣି ମେ ୨୨ ତାରିଖରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.