ଆଜି ରାଜ୍ୟରେ ୪୦ ଡିଗ୍ରି ଉପରେ ୨୨ ସହର, ଅନୁଗୁଳ ଓ ସୋନପୁରରେ ସର୍ବାଧିକ ୪୪.୧ ଡିଗ୍ରି

add-all

ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମର ଲହରି ଜାରି ରହିଛି। ପ୍ରବଳ ଖରା ଓ ଗୁଳୁଗୁଳି ଆହୁରି ୫ ଦିନ ଯାଏଁ ଲୋକଙ୍କୁ ଛଟପଟ କରିବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆଜି ରାଜ୍ୟର ୨୨ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଅଧିକ ରେକର୍ଡ କରାଯାଇଛି। ଏଥିରେ ସୋନପୁର ଓ ଅନୁଗୁଳବାସୀ ୪୪.୧ ଡିଗ୍ରିରେ ସିଝିଛନ୍ତି। ସେହିପରି ବୌଦ୍ଧରେ ମଧ୍ୟ ପାରା ୪୪ ଡିଗ୍ରି ଛୁଇଁଛି।

ଟିଟିଲାଗଡ଼ରେ ୪୩.୫, ସମ୍ବଲପୁର ଏବଂ ଝାରସୁଗୁଡ଼ାରେ ୪୩.୪, ଭବାନୀପାଟଣାରେ ୪୩, ହୀରାକୁଦରେ ୪୨.୯, ମାଲକାନଗିରିରେ ୪୨.୬, ବଲାଙ୍ଗୀରରେ ୪୨.୫, ତାଳଚେରରେ ୪୨.୪, ରାଉରକେଲାରେ ୪୨.୨, ନୂଆପଡ଼ା, ସୁନ୍ଦରଗଡ଼ ଏବଂ ବରଗଡ଼ରେ ୪୨, ବାରିପଦାରେ ୪୧.୨, ଭଦ୍ରକ ଏବଂ ଫୁଲବାଣୀରେ ୪୧, ଦେବଗଡ଼ରେ ୪୦.୫, କେନ୍ଦୁଝରରେ ୪୦.୪, କେନ୍ଦ୍ରାପଡ଼ା ଓ ଚାନ୍ଦବାଲିରେ ୪୦ ଡିଗ୍ରି ପାରା ଛୁଇଁଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ଉପର ଦେଇ ଉତ୍ତର ବିହାରରୁ କେନ୍ଦ୍ରୀୟ ଛତିଶଗଡ଼ ପର୍ଯ୍ୟନ୍ତ ସମୁଦ୍ର ପତନ ଠାରୁ ୩.୧ କିଲୋମିଟର ଉଚ୍ଚତାରେ ଲଘୁଚାପ ରେଖା ବ୍ୟାପି ରହିଛି। ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.