ପାକିସ୍ତାନରୁ ଆସିଥିବା ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗିବାକୁ ଆଦେଶ ଦେଲେ ଟିନା ଡାବି

add-all

ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରର ଜିଲ୍ଲାପାଳ ଆଇଏଏସ୍ ଟିନା ଡାବିଙ୍କ ଆଦେଶରେ ପାକିସ୍ତାନରୁ ଜୈସଲମେରକୁ ଆସିଥିବା ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଛି। ଫଳରେ ୧୫୦ରୁ ଅଧିକ ଲୋକ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ କେଚମେଣ୍ଟ ଅଞ୍ଚଳରେ ୫୦ରୁ ଅଧିକ ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗି ଦେଇଛି।
ଏହି ଘଟଣାକୁ ନେଇ ବିସ୍ଥାପିତ ପରିବାରର ସଦସ୍ୟ କାନ୍ଦିକାନ୍ଦି କହୁଛନ୍ତି କି,ସେମାନଙ୍କୁ ପାକିସ୍ତାନରୁ ବି ଘର ଛାଡ଼ିବାକୁ ପଡ଼ିଛି। ଏଠାରେ ସେମାନେ ବହୁ କଷ୍ଟରେ ତିଆରି କରିଥିବା ଘରକୁ ବି ପ୍ରଶାସନ ଭାଙ୍ଗି ଦେ‌ଇଛି। ଛୋଟ ପିଲା ଠାରୁ ଆରମ୍ଭ କରି ଗର୍ଭବତୀ ଓ ବୃଦ୍ଧ/ବୃଦ୍ଧା ସମସ୍ତେ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି।
ତେବେ ଏହି ଉଚ୍ଛେଦ ପୂର୍ବରୁ ସେମାନଙ୍କର କୌଣସି ପ୍ରକାର ଥଇଥାନର ବ୍ୟବସ୍ଥା କରାଯାଇନାହିଁ। ଜନଶୁଣାଣି ସମୟରେ ସମସ୍ତ ବିସ୍ଥାପିତ ପରିବାର ନିଜନିଜ ମତ ରଖିଥିଲେ, ଆଉ ସେମାନଙ୍କୁ ରହିବାର ବ୍ୟବସ୍ଥା କରାଯାଉ ବୋଲି ଦାବି କରିଥିଲେ।
କେବଳ ଏତିକି ନୁହେଁ, ପ୍ରଶାସନ ବିସ୍ଥାପିତଙ୍କ ଘର ଉଚ୍ଛେଦ କରୁଥିବା ବେଳେ ତିନିଜଣ ମହିଳା ଏହାର ବିରୋଧ କରିଥିଲେ। ଫଳରେ ସେମାନେ ଆହତ ବି ହୋଇଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଘଟଣାକୁ ନେଇ ଟିନା ଡାବି କହିଛନ୍ତି, ‘ବିସ୍ଥାପିତ ପରିବାରର ଲୋକମାନେ ମୂଲ୍ୟବାନ ଜମି ଉପରେ ବେଆଇନ ଭାବେ ଘର କରି ରହୁଥିଲେ। ସେମାନଙ୍କୁ ଏପରି ନକରିବାକୁ ପୂର୍ବରୁ ବାରଣ କରାଯାଇଥିଲେ ହେଁ କିଛି ଶୁଣି ନଥିଲେ। ଘର କରି ଚାଲିଥିଲେ। ତେଣୁ ଏଭଳି ଉଚ୍ଛେଦର ନିଷ୍ପତ୍ତି ନିଆଯାଇଛି।

ad-week
Leave A Reply

Your email address will not be published.