ପଶ୍ଚିମବଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତଙ୍କର କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

add-all

କଟକ: ଜଳେଶ୍ବର/ଭୋଗରାଇ: ପଶ୍ଚିମବଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାର ଖବର ମିଳିଛି। ୧୬ ତାରିଖ ରାତି ୨ ଟା ସମୟରେ ସେ ଭର୍ତି ହୋଇଥିଲେ। ତାଙ୍କ ଶରୀରର ୮୦% ଭାଗ  ଜଳିଯାଇଥିଲା। ଘର ତାଙ୍କର ପଶ୍ଚିମବଙ୍ଗ ହୋଇଥିଲେ ବି ଏକ ବାଲେଶ୍ଵର ଅଞ୍ଚଳର ଫେକ୍ ଆଧାର କାର୍ଡ ଦେଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ଜଣାପଡ଼ିବା ପରେ ହସ୍ପିଟାଲ ପକ୍ଷରୁ କଟକ ପୁଲିସକୁ ସୂଚନା ଦିଆଯାଇଥିଲା ଏହାପରେ ପୁଲିସ ତାଙ୍କୁ ଗତକାଲି ଗିରଫ କରିଥିଲା।

ସୂଚନାଯୋଗ୍ୟ, କିଛି ଦିନ ତଳେ ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଏଗ୍ରା ଥାନା ଅଧୀନ ଖାଦିକୁଲ ଗ୍ରାମରେ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଖାଦିକୁଲରେ ଦୀର୍ଘ ୪୦ ବର୍ଷ ଧରି ଏକ ବାଣ କାରଖାନା ରହିଥିଲା। ଭାନୁ ବାଗ ନାମକ ଜଣେ ବ୍ୟକ୍ତି ଏହାକୁ ଚଳାଉଥିଲେ। ଆଜି କାରଖାନାରେ ସ୍ଥାନୀୟ ଓ ବାହାର ଅଞ୍ଚଳର ୩୫ ଜଣରୁ ଅଧିକ ଶ୍ରମିକ ବାଣ ତିଆରି କରୁଥିଲେ। ଦିନ ଗୋଟାଏ ବେଳେ କିଛି ଶ୍ରମିକ କାରଖାନାକୁ ଲାଗି ରହିଥିବା ଗୋଦାମ ନିକଟରେ ଏକ ବାଣର ପରୀକ୍ଷା କରୁଥିଲେ। ତେବେ ବାଣଟି ଉପରକୁ ଯିବା ପରିବ‌ର୍ତ୍ତେ ହଠାତ୍‌ ଗୋଦାମରେ ଯାଇ ପଡ଼ିଥିଲା। ଫଳରେ ବାଣ ନିଆଁରୁ ସେଠାରେ ଅଗ୍ନିକାଣ୍ଡ ଘଟିଥିଲା। କେଇ ମିନିଟ୍‌ ମଧ୍ୟରେ ଗଚ୍ଛିତ ବାଣ ସବୁ ବିସ୍ଫୋରଣ ହେବା ସହ ନିଆଁ ଲାଗି ଗୋଦାମ ଘର ଓ କାରଖାନା ଛାରଖାର ହୋଇଯାଇଥିଲା। ବିସ୍ଫୋରଣ ଶବ୍ଦ ଏବେ ପ୍ରଚଣ୍ଡ ଥିଲା ଯେ ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତର ୫ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ଶୁଣାଯାଇଥିଲା। କିଛି ଶ୍ରମିକ କାରଖାନା ଭିତରେ ପୋଡ଼ିଯାଇଥିବା ବେଳେ ଆଉ କିଛି ଶ୍ରମିକ ଗୋଦାମ ବାହାରକୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେହିପରି ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଏଗ୍ରା ମଲ୍‌ଟି ହସ୍‌ପିଟାଲ୍‌କୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କୋଲକାତା ସ୍ଥାନାନ୍ତର ହୋଇଥିଲେ।

ad-week
Leave A Reply

Your email address will not be published.