ପୋଖରୀରେ ବୁଡ଼ି ଭାଇଭଉଣୀଙ୍କ ସଲିଳ ସମାଧି

add-all

କୋରାପୁଟ: ପୋଖରୀରେ ବୁଡ଼ି ଦୁଇ ଭାଇଭଉଣୀଙ୍କ ମୃତ୍ୟୁ। ଲମତାପୁଟ ବ୍ଲକ ପିପଳପୁଟ ଗ୍ରାମର ନିକଟ ପୋଖରୀରେ ଜୀନୁ ବଡ଼ନାୟକଙ୍କ ୫ ବର୍ଷର ପୁଅ ଯୋଗେଶ ଏବଂ ୧୦ ବର୍ଷର ଝିଅ ସନ୍ତୋଷୀ ପୋଖର ରେ ବୁଡି ମୃତ୍ୟୁବରଣ କରିଛନ୍ତି। ଜୀନୁ ବଡ଼ନାୟକ ବିଲରେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଦୁଇ ଭାଇ ଭଉଣୀ ଖେଳୁ ଖେଳୁ ନିକଟରେ ଥିବା ପୋଖରୀକୁ ଚାଲିଯାଇଥିଲେ।

କିଛି ସମୟ ପରେ ଜୀନୁ ଦୁଇଜଣଙ୍କୁ ଖୋଜାଖୋଜି ପରେ ମିଳିନଥିଲେ।  ସ୍ଥାନୀୟ ଲୋକମାନେ ପୋଖରୀରେ ଦୁଇ ଭାଇ ଭଉଣୀ ଭାସୁଥିବା ଦେଖି ବାହାରକୁ କାଢିଥିଲେ। ସେତେବେଳକୁ କିନ୍ତୁ କିନ୍ତୁ ଦୁଇ ଭାଇ ଭଉଣୀଙ୍କର ଜୀବନ ଚାଲିଯାଇଥିଲା। ଏହି ଅଘଟଣ ପରେ ପିପଳପୁଟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ୁଛି।

ad-week
Leave A Reply

Your email address will not be published.