ମାଟ୍ରିକ୍‌ ପରୀକ୍ଷାରେ ୫୧୯ ନମ୍ବର ରଖି ପାସ କରିଥିଲେ ଚନ୍ଦନ, ଆଜି ପାଣିରେ ବୁଡ଼ିଗଲେ..

add-all

ଭଦ୍ରକ //ଚରମ୍ପା: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାରେ ୫୧୯ ନମ୍ବର ରଖି ପାସ୍‌ କରିଥିବା ବାଳକ ସାଙ୍ଗମାନଙ୍କ ସହିତ ଖୁସିରେ ପୋଖରୀରେ ‌ଗାଧୋଇବା ବେଳେ ବୁଡ଼ିଯାଇଛି। ଭଦ୍ରକ ବ୍ଲକ ଅନ୍ତର୍ଗତ ଚରମ୍ପା ପଂଚାୟତର ଶ୍ରୀରାମପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରମେଶ ମହାପାତ୍ରଙ୍କ ଏକ ମାତ୍ର ପୁଅ ଚନ୍ଦନ ମହାପାତ୍ର (୧୫)।

ସୂଚନା ଅନୁସାରେ ବନ୍ଧଗାଁ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ଚନ୍ଦନ ଗୁରୁବାର ପ୍ରକାଶ ପାଇଥିବା ମାଟ୍ରିକ୍‌ ପରୀକ୍ଷାରେ ୫୧୯ ନମ୍ୱର (୮୬ ପ୍ରତିଶତ) ରଖି କୃତିତ୍ୱସହ ପାସ କରିଥିଲେ। ବିଦ୍ୟାଳୟରେ ଦ୍ଵିତୀୟ ସର୍ବାଧିକ ନମ୍ୱର ରଖିଥିବାରୁ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଶୁଭେଚ୍ଛା ଜଣାଇଥିଲେ। ଗତକାଲି ଠାରୁ ଆଜି ଦିନ ଦଶଟା ପର୍ଯ୍ୟନ୍ତ ବାଣ୍ଟୁଥିଲା ମିଠା ବୋଲି ତାର କିଛି ସାଙ୍ଗ ପ୍ରକାଶ କରିଛନ୍ତି। ଭଦ୍ରକରେ ଏକ ଘରୋଇ କୋଚିଂ ସେଣ୍ଟର ରେ ରହି କୋଚିଂ ନେଉ ଥିବା ବେଳେ ଗୁରୁବାର ପରୀକ୍ଷା ଫଳ ପ୍ରକାଶ ପାଇବାରୁ ସେ ଗାଁକୁ ଆସିଥିଲେ। ଏଥିପାଇଁ ଗାଁରେ ସାଙ୍ଗ ମାନଂକ ସହ ଖୁସି ମନାଇବା ସହ ରାତିରେ ସ୍ଥାନୀୟ ପାଞ୍ଚପଡାରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲେ।

ନେଭିରେ ଯିବାକୁ ଇଚ୍ଛା ରଖିଥିବା ଚନ୍ଦନ ମା’ଙ୍କ ବାରଣ ସତ୍ୱେ ତାର ଜଣେ ସମ୍ପର୍କୀୟ ଭାଇ ସହ ନିଜ ବାଡ଼ିରେ ଥିବା ପୋଖରୀକୁ ପହଁରିବାକୁ ଯାଇଥିଲା ବେଳେ ଗୋଡ଼ ଖସି ଯାଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏ ଖବର ପ୍ରଚାରିତ ପରେ ଗାଁରେ ଖେଳି ଯାଇଛି ଶୋକର ଛାୟା। କାହାରି ଘରେ ଚୁଲି ଜଳି ନଥିବା ବେଳେ ସମସ୍ତେ ଅପେକ୍ଷା କରିଛନ୍ତି ତାର ଶେଷ ଦର୍ଶନ ପାଇଁ।

ad-week
Leave A Reply

Your email address will not be published.