ଶାଢ଼ିରେ ନିଆଁ ଲାଗି ମହିଳା ଗୁରୁତର

add-all

ଦେଓଗାଁ: ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ। ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ କରିଥିଲେ ଉପବାସ। ହେଲେ ବ୍ରତରେ ଜଳୁଥିବା ଜାଗର ନିଆଁ ଯୋଗୁଁ ଅଘଟଣ ଘଟିଛି। ଜାଗର ନିଆଁ ଶାଢ଼ିରେ ଲାଗିବାରୁ ଜଣେ ମହିଳା ଗୁରୁତର ହେବା ଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକର କୁଳୁତାପଡ଼ା ପଞ୍ଚାଯତର ଖଇରମାଲ ଗାଁରେ। ଗୁରୁତର ମହିଳା(ବୁଲି ବାରିକ)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ତୁଷୁରା ଥାନା ଅନ୍ତର୍ଗତ ଖଇରମାଲ ଗାଁରେ ଶୁକ୍ରବାର ଦିନ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରୁଥିଲେ। ମହିଳାମାନେ ଏକତ୍ରିତ ହୋଇ ଗାଁ ଦାଣ୍ଡରେ ଥିବା ଏକ ବରଗଛ ମୂଳରେ ପୂଜାର୍ଚ୍ଚନା କରୁଥିବା ସମୟରେ ହଠାତ ଜଣେ ମହିଳାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲା। ସଙ୍ଗରେ ଥିବା ଅନ୍ୟ ମହିଳାମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ କିଛି ପୁରୁଷ ଆସି ନିଆଁକୁ ଲିଭାଇଥିବା ଗାଁ ଲୋକ ପ୍ରକାଶ କରିଛନ୍ତି।

ଏନେଇ ପରିବାର ଲୋକେ ଜାଣିବା ପରେ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନେଇ ଚିକିତ୍ସା କରାଉଛନ୍ତି। ନିଆଁରେ ପୋଡ଼ି ଯାଇଥିବା ମହିଳା ଜଣକ ଖଇରମାଲ ଗାଁର ମାଲ ବାରିକଙ୍କ ସ୍ତ୍ରୀ ବୁଲି ବାରିକ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.