ବାହାବେଦିରେ ବାଇକ୍‌ ଡିମାଣ୍ଡ କଲା ବର: ଥାନାରେ ଅଟକ

add-all

ବଲାଙ୍ଗୀର: ବଲାଙ୍ଗୀର ସହରର ଶ୍ରୀରାମନଗର ଏକ ବାହାଘରରେ ବେଦିରେ ବାଇକ ମାଗି ଏବେ ଥାନାରେ ଅଟକ ବର। ବାହା ଭାଙ୍ଗି ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ବେଦିରୁ ବରକୁ ଉଠାଇଆଣିଲା ଟାଉନ ପୁଲିସ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସହର ଶ୍ରୀରାମନଗର ପଡ଼ାରେ। ବୁର୍ଲାର ଏମଡି ଶେଖ ଖୁରେସି ଗୁରୁବାର ଶ୍ରୀରାମନଗରକୁ ବରଯାତ୍ରୀରେ ଆସିଥିଲେ। ପ୍ରୋସେସନ ପରେ ମୁସଲିମ ରୀତିନୀତିରେ ଆରମ୍ଭ ହୋଇଥିଲା ନିକାହ ବା ବିବାହ। ବାହାଘର ରୀତି ନୀତି ଅନୁସାରେ ସଂପର୍ଣ୍ଣ ହେଲା ପରେ ସମସ୍ତ ଖାଇବାକୁ ଯାଇଥିଲେ।

ବରକୁ ଖାଇବା ପାଇଁ ଡାକିବାରୁ ବାଇକ୍‌ ଡିମାଣ୍ଡ କରି ଏବେ ଥାନାରେ ଅଟକ ବର। ବାଇକ ଯୌତୁକ ମାଗିଥିଲେ କିନ୍ତୁ ବର ବାହା ଆଗରୁ କିନ୍ତୁ ବିନା ଯୌତୁକରେ ବାହା ହେବି ବୋଲି କହିଥିଲା। କିନ୍ତୁ ହଠାତ ବାଇକ୍‌ ମାଗିବାରୁ ଗରିବ ବାପାଙ୍କ ମୁଣ୍ଡରେ ଚଡ଼କ ପଡିଥିଲା। ଏପରିକି ବାଇକ୍‌ ଡିମାଣ୍ଡ କରି ଭୋଜିଭାତ ମଧ୍ୟ ଖାଇନଥିଲେ ବରଯାତ୍ରୀ ଦଳ | କନ୍ୟାପିତା ଯେତେ ନେହୁରା ହେଲେ ମଧ୍ୟ କେହି ଶୁଣିନଥିଲେ। ଯାହା ଫଳରେ ଶେଷରେ ଟାଉନ ପୁଲିସକୁ ଖବର ଦେଇଥିଲେ କନ୍ୟାପିତା। ଟାଉନ ପୁଲିସ ବେଦିରୁ ବର ଓ କିଛି ସମ୍ପର୍କୀୟଙ୍କୁ ଉଠାଇଆଣିଥିଲା | ବରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୁଲିସ | ବାହା ବେଦିରେ ଯୌତୁକ ଦାବି କରିବାରୁ ବାହା ଘରକୁ ଭାଙ୍ଗି ଦେଇଛନ୍ତି କନ୍ୟାପିତା | ବାହା ଘରରେ ଖର୍ଚ୍ଚ ହୋଇଥିବା ପାଞ୍ଚ ଲକ୍ଷ ଟଙ୍କା ବର ଘର ଲୋକେ ଭରଣା ଦିଅନ୍ତୁ ବୋଲି ଲିଖିତ ଅଭିଯୋଗ କରିଛନ୍ତି କନ୍ୟା ପିତା | ଘଟଣାର ତଦନ୍ତ ଜରି ରଖିଛି ପୁଲିସ।

ad-week
Leave A Reply

Your email address will not be published.