ଚିପଲିମା ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍‌

add-all

ଭୁବନେଶ୍ୱର : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଚିପଲିମା ଗସ୍ତରେ ଟ୍ରିବ୍ୟୁନାଲ ଟିମ୍‌ । ଟ୍ରିବ୍ୟୁନାଲ ତାର ତୃତୀୟ ପର୍ଯ୍ୟାୟର ଆଜି ଦ୍ୱିତୀୟ ଦିନ କ୍ଷେତ୍ର ପରିଦର୍ଶନ କରିବ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ଟିମ ହୀରାକୁଦ ବନ୍ଧ ସମେତ ଚିପଲିମା ପାୱାର ହାଉସ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।ଏହି ଟିମରେ ଟ୍ରିବ୍ଯୁନାଲ ଅଧ୍ୟକ୍ଷ ଏ.ଏମ ଖାନଉଇଲକରଙ୍କ ନେତୃତ୍ୱରେ ଟିମରେ ଅଛନ୍ତି  ତିନି ଜଣ ବିଚାରପତି। ଏହା ସହିତ ଉଭୟ ରାଜ୍ଯର ଜଲସମ୍ପଦ ଅଧିକାରୀ ମାନେ ରହିବେ ।ସେପଟେ ଗତକାଲି ଏହି ଟିମ ହୀରାକୁଦ ଡ୍ୟାମ ବୁର୍ଲା ପାୱାର ହାଉସ, ବ୍ରାହ୍ମଣି ଓ ମହାନଦୀର ମିଳନ ସ୍ଥଳର ପ୍ଲାନ ସହ କିଲାସମା ୱାଟର ପ୍ରୋଜେକ୍ଟକୁ ବୁଲି ଦେଖିଥିଲେ।

ସେହିପରି ଆଜି  ଚିପଲିମା ପାୱାର ହାଉସ, ହୀରାକୁଦ କମାଣ୍ଡ ଏରିଆ, ବରଗଡ଼ ଓ ଅତାବିରା କେନାଲ ବୁଲିବାର କାର୍ଯ୍ଯକ୍ରମ ରହିଛି । ଟ୍ରିବ୍ଯୁନାଲର ଗସ୍ତକୁ ନେଇ ଚିପଲିମା ପାୱାର ହାଉସରେ ବ୍ଯାପକ ପ୍ରସ୍ତୁତି କରାଯାଇଛି । ରେଡ କାରପେଟ ସହ ୮ଟି ତମ୍ବୁ ର୍ନିମାଣ କରାଯାଇଛି।  ଚିପିଳିମା ପାୱାର ହାଉସକୁ ଆସି ଏଠାରେ ହେଉଥିବା ବିଦ୍ୟୁତ ଉତ୍ପାଦନକୁ ନିରୀକ୍ଷଣ କରିବେ । ବିଦ୍ୟୁତ ଉତ୍ପାଦନରେ କେତେ ପାଣି ଖର୍ଚ୍ଚ ହେଉଛି ତାକୁ ମଧ୍ୟ ନିରୀକ୍ଷଣ କରିବାର ଯୋଜନା ରହିଛି।

ad-week
Leave A Reply

Your email address will not be published.