ଗୁଜରାଟରେ ସୁନା, ରୁପା ମହଙ୍ଗା

add-all

ଅହମ୍ମଦାବାଦ: ଗତକାଲି ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରାଯିବା ପରେ ଆଜି ଗୁଜରାଟରେ ସୁନା ଓ ରୁପା ମହଙ୍ଗା ହୋଇଛି। କିଛି ବ୍ୟବସାୟୀ ୧୦ ଗ୍ରାମ ସୁନାକୁ ୭୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଗତକାଲି ସେହି ଦାମ୍ ୬୦,୨୭୫ ଟଙ୍କା ଥିଲା। ଦିନକ ଭିତରେ ସେମାନେ ସୁନା ଦାମ୍ ପ୍ରାୟ ୧୦ ହଜାର ଟଙ୍କା ବଢ଼ାଇ ଦେଇଛନ୍ତି। ‌ସେହିପରି, ରୁପା କେଜି ମୂଲ୍ୟ ମଧ୍ୟ ୮୦ ହଜାର ଟଙ୍କାକୁ ବଢ଼ାଇ ଦିଆଯାଇଛି। ସନ୍ଦେହ କରାଯାଉଛି ଯେ ୨୦୦୦ ଟଙ୍କିଆ ରଖିଥିବା ଲୋକମାନେ ତରବରିଆ ଭାବେ ସୁନା ଓ ରୁପା କିଣିବାରେ ମାତିଛନ୍ତି।

ସେମାନଙ୍କଠାରୁ ବ୍ୟବସାୟୀମାନେ ଅଧିକ ଟଙ୍କା ଅସୁଲ କରୁଛନ୍ତି। ବେଆଇନ ଉପାୟରେ ୨୦୦୦ ଟଙ୍କା ରଖିଥିବା ଲୋକମାନେ ଯଦି ତାହାକୁ ବ୍ୟାଙ୍କରେ ଜମା କରିବାକୁ ଯିବେ ତେବେ ତାହା ସେମାନଙ୍କ ଆୟରେ ପ୍ରଦର୍ଶିତ ହେବ। ସେଭଳି କ୍ଷେତ୍ରରେ ସେମାନଙ୍କୁ ଟିକସ ଗଣିବାକୁ ପଡ଼ିପାରେ। ଟିକସ ଓ ଅନ୍ୟ ଅସୁବିଧାକୁ ଏଡ଼ାଇବା ଲାଗି ସେମାନେ ସୁନା କିଣୁଛନ୍ତି।

ad-week
Leave A Reply

Your email address will not be published.