ଜି-୭ ସମ୍ମିଳନୀରେ ଚୀନ୍‌ ଉପରେ ଚାପ, ମୋଦୀଙ୍କ ୧୦ ସୂତ୍ରୀ ଆହ୍ବାନ…

add-all

ନୂଆଦିଲ୍ଲୀ: ଜାପାନର ହିରୋସିମାରେ ଆଜି ଜି-୭ ବୈଠକ ହୋଇଛି। ଜ-୭ ରାଷ୍ଟ୍ର ତଥା ଆମେରିକା, ଜାପାନ, ଜର୍ମାନୀ, ବ୍ରିଟେନ, ଫ୍ରାନ୍ସ, ଇଟାଲି ଏବଂ କାନାଡ଼ାର ନେତାମାନେ ଆଜି ଏହି ସମ୍ମିଳନୀରେ ଏକଜୁଟ ହୋଇଛନ୍ତି। ସମ୍ମିଳନୀରେ ଜି-୭ ରାଷ୍ଟ୍ରମାନେ ଚୀନ୍‌ ଉପରେ ଚାପ ପକାଇଛନ୍ତି। ୟୁକ୍ରେନରେ ରୁଷ୍‌ର ଆକ୍ରମଣ ଏବଂ ଚୀନ୍‌ର ତାଇୱାନ ନୀତିକୁ ନେଇ ଜି- ୭ ରାଷ୍ଟ୍ରଗୁଡ଼ିକ ପ୍ରବଳ ଚାପରେ ରହିଛନ୍ତି। ଆଜି ଏକ ମିଳିତ ବିବୃତି ଜାରି କରି କୁହାଯାଇଛି ଯେ ସବୁ ରାଷ୍ଟ୍ର ଚୀନ୍‌ ସହ ଏକ ସ୍ଥିର ସମ୍ପର୍କ ଚାହୁଥିବାରୁ ଚୀନ୍‌ ଏହାକୁ ସମ୍ମାନ ଦେଇ ଆକ୍ରମଣାତ୍ମକ ନୀତିରୁ ଦୂରେଇ ରହିବା ଉଚିତ।

ରୁଷ୍‌ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବା ସହ ତତ୍କାଳ ସୈନ୍ୟ ପ୍ରତ୍ୟାହାର କରିବାପାଇଁ ଚୀନ୍‌ ରୁଷ୍‌ ଉପରେ ଚାପ ପକାଉ ବୋଲି ବିବୃତିରେ କୁହାଯାଇଛି। ପୂର୍ବ ଏବଂ ଦକ୍ଷିଣ ଚୀନ୍‌ ସାଗରରେ ଜାରି ରହିଥିବା ସ୍ଥିତି ପାଇଁ ଜି-୭ ନେତାମାନେ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟପକ୍ଷେ ମୋଦୀ ଆଜି ଜି-୭ ସମ୍ମିଳନୀରେ ଏକ ୧୦ ସୂତ୍ରୀ ଆହ୍ବାନ ଦେଇଛନ୍ତି। ମୋଦୀ କହିଛନ୍ତି, ନାମମାତ୍ର ଚାଷୀଙ୍କ କଲ୍ୟାଣ ସମେତ ଅତି ଗରିବଙ୍କର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଇବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହେବ। ଖାଦ୍ୟ ସୁରକ୍ଷା ପାଇଁ ଖାଦ୍ୟ ନଷ୍ଟ ବନ୍ଦ କରିବାକୁ ପଡ଼ିବ। ବୈଶ୍ବିକ ସାର ଯୋଗାଣକୁ ରାଜନୀତିରୁ ମୁକ୍ତ କରିବାକୁ ହେବ। କୀଟନାଶକର ବିକଳ୍ପ ବ୍ୟବସ୍ଥା କରାଯିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ପାରମ୍ପରିକ ଚିକିତ୍ସା ପ୍ରଣାଳୀ ଆପଣାଇବା ପାଇଁ ମଧ୍ୟ ସେ ଆହ୍ବାନ ଦେଇଛନ୍ତି। ବିକାଶଶୀଳ ରାଷ୍ଟ୍ରର ଆବଶ୍ୟକତା ଅନୁଯାୟୀ ବିକାଶ ମଡେଲ୍‌ ନିର୍ମାଣ କରିବାକୁ ଜି-୭ ସମ୍ମିଳନୀରେ ମୋଦୀ ଗୁରୁତ୍ବାରୋପ କରିଛନ୍ତି।

ad-week
Leave A Reply

Your email address will not be published.