ନୂଆ ମନ୍ତ୍ରୀ ହେବେ ବିକ୍ରମ, ସୁଦାମ ମାରାଣ୍ଡି ଓ ସାରଦା

add-all

ଭୁ‌ବନେଶ୍ବର: ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସୋମବାର ସକାଳ ୯ଟା ୫୦ରେ ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେବେ। ସ୍ବାସ୍ଥ୍ୟ, ଶିକ୍ଷା ଓ ଶ୍ରମ ମନ୍ତ୍ରୀ ଭାବେ ତିନି ଜଣ ବିଧାୟକଙ୍କୁ ଦାୟିତ୍ବ ମିଳିବ। ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ପ୍ରସନ୍ନ ନାୟକଙ୍କୁ ଆଜି ସନ୍ଧ୍ୟାରେ ଫୋନ୍‌ କଲ ଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ତିନି ବିଧାୟକ ନିଜ ନିଜ ଅଞ୍ଚଳରେ ଦକ୍ଷ ଏବଂ ସଂଗଠନର ବିକାଶ ପାଇଁ ତୃଣମୂଳ ସ୍ତରରେ କାମ କରିଛନ୍ତି। ସେହିପରି ୩ ଜଣ ବିଧାୟକ ମଧ୍ୟ ପୂର୍ବରୁ ମନ୍ତ୍ରୀ ପଦରେ ରହି ଦାୟିତ୍ବ ତୁଳାଇଛନ୍ତି। ତେବେ କେଉଁ ବିଧାୟକଙ୍କୁ କେଉଁ ମନ୍ତ୍ରୀ ପଦ ମିଳିବ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀ ଶପଥ ନେବେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଦିନକ ପୂର୍ବରୁ ଅର୍ଥାତ୍ ରବିବାର ରାତି ୮ଟାରେ ହରିଆନାରୁ ଫେରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା‌ ଦେଇଥିବା ବେଳେ ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି। ତେଣୁ ୩ଜଣ ମନ୍ତ୍ରିମଣ୍ଡଳରେ ସାମିଲ୍‌ ହୋଇପାରିବେ। ପରବର୍ତ୍ତୀ ସମୟରେ ନୂଆ ବାଚସ୍ପତି ଚୟନ ହେବେ। କାହା ଉପରେ ମୁଖ୍ୟମନ୍ତ୍ରୀ ସୁନା କଳସ ଢାଳିବେ, ତାହାକୁ ନେଇ ଜୋର୍‌ଦାର ଅଙ୍କକଷା ଚାଲିଛି। ମନ୍ତ୍ରୀ ପଦ ଏକ ବର୍ଷରୁ କମ୍ ସମୟ ପାଇଁ ମିଳୁଥିଲେ ବି ସମସ୍ତଙ୍କ ନଜର ତାହା ଉପରେ ରହିଛି।

ad-week
Leave A Reply

Your email address will not be published.