ଉମରକୋଟ ଅଞ୍ଚଳ ରେ କାଳବୈଶାଖୀ ରଚିଲା ତାଣ୍ଡବ ଲୀଳା…

add-all


ଉମେରକୋଟ : ଆଜି ଅପରାହ୍ନ ରେ ଉମରକୋଟ ଆଖ ପାଖ ଅଞ୍ଚଳ ରେ ତାଣ୍ଡବ ରଚିଛି କାଳବୈଶାଖୀ l ଘଡ ଘଡି ବିଜୁଳି ସହ ପ୍ରବଳ ମାତ୍ରା ରେ ପବନ ଏବଂ ବର୍ଷା ହୋଇଛି , ଯାହା ଫଳରେ ଉମରକୋଟ ଠାରୁ କୋଣ୍ଡାଗାଁ ଯିବା ରାଜପଥରେ ବଡ଼ ବଡ଼ ଗଛ ଭାଙ୍ଗି ଗମନା ଗମନ ଏକ ରକମ ଠପ ହୋଇ ଯାଇଛି ରାସ୍ତା କଡରେ ଥିବା ବଡ ବଡ଼ ଗଛ ମଧ୍ୟ ଏହି

ପବନରେ ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି l ଦଣ୍ଡସରା, ଏବଂ ଜାମରୁଣ୍ଡା ଗ୍ରାମର କିଛି ଲୋକଙ୍କ ଜଣଙ୍କ ଘର ଛପର ଉଡ଼େଇ ନେଇଛି , ସୂଚନା ଥାଉକି ରାଜ ପଥ ଅବରୋଧ ହେବାରୁ ସ୍ଥାନୀୟ ଲୋକ ପ୍ରଶାସନକୁ ଅପେକ୍ଷା ନ କରି ସଦଳ ବଳେ ଟାଙ୍ଗୀୟା, କୁରାରି ଧରି ଆସି ଗଛ କାଟି ଯାତ୍ରୀ ମାନଙ୍କ ଗମନା ଗମନ ରେ ସହଯୋଗ କରିଛନ୍ତି, ଯାତ୍ରୀ ମାନେ ସ୍ଥାନିୟ ଲୋକମାନଙ୍କୁ ସାଧୁ ବାଦ ସହ ଧନ୍ୟବାଦ ଜଣାଇଛନ୍ତି l ଏହି କାଳବୈଶାଖୀ ରେ କ୍ଷତି ହୋଇଥିବା ଲୋକଙ୍କୁ ପ୍ରଶାସନ ତରଫରୁ ସାହାଯ୍ୟ କରାଯାଉ ବୋଲି ସାଧାରଣ ରେ ଦାବୀ ହୋଇଛି

ad-week
Leave A Reply

Your email address will not be published.