ଡ଼ ସୁଧାଂଶୁ ଷଡଙ୍ଗୀ ନୂଆ ଫାୟାର ଡିଜି ଭାବେ ଦାୟିତ୍ୱ ଗ୍ରହଣ…

add-all

ଭୂବନେଶ୍ୱର : ୨୨/୦୫ : ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ଡ଼ ସୁଧାଂଶୁ ଷଡଙ୍ଗୀ ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ । ଦାୟିତ୍ୱ ଗ୍ରହଣ କରିବା ପରେ କୌଣସି ସଂଗଠନର ବିକାଶ ଓ ପରିଚୟ ଏକ କ୍ରମାଗତ ପ୍ରକିୟା ବୋଲି ସେ କହିଛନ୍ତି। ୨୦୦୦ ମସିହା ବେଳକୁ ରାଜ୍ୟରେ ମାତ୍ର ୧୧୨ ଟି ଅଗ୍ନିଶମ କେନ୍ଦ୍ର ଥିଲା।ବର୍ତ୍ତମାନ ଏହା ତିନିଗୁଣ ବୃଦ୍ଧି ପାଇ ୩୪୫ ରେ ପହଞ୍ଚିଛି। ଅତୀତରେ ରାଜ୍ୟ ଅଗ୍ନିଶମ କର୍ମଚାରୀ ମାନେ ବାହାର ରାଜ୍ୟଗୁଡିକରେ ଭଲ କାମ କରି ପ୍ରଶଂସା ପାଇଛନ୍ତି। ଚଳିତ ଆର୍ଥିକ ବର୍ଷରେ ଅଗ୍ନିଶମ ବିଭାଗର ଉନ୍ନତି ପାଇଁ ରାଜ୍ୟ ସରକାର ଅଧିକ ୨୪୦ କୋଟି ଟଙ୍କାର ଅନୁଦାନ ଦେବାର ପ୍ରସ୍ତାବ ରହିଛି। ୧୧ ଶହ ନୂଆ କର୍ମଚାରୀଙ୍କ ନିଯୁକ୍ତି ପାଇଁ ପ୍ରକିୟା ଆରମ୍ଭ ହୋଇଛି। ଏହି ପ୍ରକିୟା ଆଗାମୀ ୬ମାସ ଭିତରେ ଶେଷ ହେବ । ରାଜ୍ୟରେ କାର୍ଯ୍ୟରତ ୧୫ ହଜାର ୯୧୮ ଗୃହରକ୍ଷୀ ନିଷ୍ଠାର ସହ ସେବା କରି ଜନସାଧାରଣଙ୍କର ଅଧିକ ଆସ୍ଥା ଭାଜନ ହେବେ ବୋଲି ଆଶା କରିଛନ୍ତି।

ad-week
Leave A Reply

Your email address will not be published.