ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ…

add-all

ହିଞ୍ଜିଳିକାଟୁ ୨୨।୫ ହିଞ୍ଜିଳି ଥାନା ଅଞ୍ଚଳ ର ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ହିଞ୍ଜିଳି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ହିଞ୍ଜିଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକ ଅଜଣା ଫୋନ ନମ୍ବର ରୁ ଫୋନ କଲ ଆସିଥିଲା। ଜଣେ ଯୁବକ ଫୋନ କଲ କରିଥିଲେ। ପରେ ଉଭୟ ପାର୍ଶ୍ବରେ ବାର୍ତାଳପ ଚାଲି ଯୁବକ ନାବାଳିକା ସହ ପ୍ରେମ ସମ୍ପର୍କ ସ୍ଥାପନ କରି ବିଭାହର ପ୍ରତିଶ୍ରୁତି ଦେଇ ଗତ ଏପ୍ରିଲ ୩୦ ତାରିଖରେ ତାଙ୍କ ଘର ପାଖରୁ ଯୋଜନାବଦ୍ଧ ଭାବେ ଅପହରଣ କରିଥିଲେ। ଝିଅକୁ ନପାଇ ପରିବାର ଲୋକେ ମେ ମାସ ୧ ତାରିଖ ରେ ହିଞ୍ଜିଳି ଥାନାରେ ୨୯୫।୨୩ରେ ନିଖୋଜ ମାମଲା ରୁଜୁ କରିଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କ ଝିଅକୁ ପାଇନଥିଲେ ।ଯୁବକ ଜଣକ ନାବାଳିକାଙ୍କୁ ଭୁବନେଶ୍ବର ନେଇ ନାବାଳିକାଙ୍କୁ ରଖି ଦୁଷ୍କର୍ମ କରିଥିଲା । ପରେ ନାବାଳିକାଙ୍କୁ ଭୁବନେଶ୍ବର ଠାରେ ଛାଡି ଫେରାର ହୋଇଯାଇଥିଲା। ନାବାଳିକା କୌଣସି ପ୍ରକାରେ ହିଞ୍ଜିଳି ପୋଲିସ କୁ ଖଵର ଦେଇଥିଲେ। ହିଞ୍ଜିଳି ପୋଲିସ ଭୁବନେଶ୍ବର ପୋଲିସ ର ସହାୟତା ନେଇ ନାବାଳିକାଙ୍କୁ ଉଦ୍ଧାର କରି ହିଞ୍ଜିଳି ଥାନା କୁ ଆଣି ପରିବାର ସଦସ୍ୟ ଙ୍କୁ ହସ୍ତାନ୍ତର କରିଥିଲେ। ହିଞ୍ଜିଳି ପୋଲିସ ଫୋନ ଟ୍ରାକିଂ କରି ଯୁବକଙ୍କୁ ନିଜ ଘର ଵଡଗଡ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ବଳିଆ ଗୌଡ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

ad-week
Leave A Reply

Your email address will not be published.