ବିକ୍ରମଙ୍କୁ ଅର୍ଥ, ସାରଦାଙ୍କୁ ଶ୍ରମ ଓ ସୁଦାମ ମାରାଣ୍ଡିଙ୍କୁ ମିଳିଲା ଗଣଶିକ୍ଷା ବିଭାଗ

add-all

ଭୁବନେଶ୍ୱର : କ୍ୟାବିନେଟ ମନ୍ତ୍ରୀ ଭାବରେ ନୂଆ ଦାୟିତ୍ୱ ନେଇଥିବା ୩ ମନ୍ତ୍ରୀଙ୍କୁ ବଡ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ନବୀନ ସରକାର । ନୂଆ କରି ଶପଥ ଗ୍ରହଣ କରିଥିବା କ୍ୟାବିନେଟ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ରାଜ୍ୟ ସରକାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ନୂଆ ମନ୍ତ୍ରୀ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ବିକ୍ରମ କେଶରୀ ଆରୁଖଙ୍କୁ ମିଳିଛି ଅର୍ଥମନ୍ତ୍ରୀର ପାହ୍ୟା । ତେବେ ଶ୍ରମମନ୍ତ୍ରୀ ଭାବରେ ସାରଦା ପ୍ରସାଦ ନାୟକ ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ।।

ଆଜି ସକାଳ ୯ଟା ୫୦ରେ ଶପଥ ନେଇଛନ୍ତି ନୂଆମନ୍ତ୍ରୀ । ରାଜ୍ୟପାଳ ଗଣେଶ ଲାଲ ଏହି ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବା ଜଣାଯାଇଛି। ଏହି ସମୟରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମନ୍ତ୍ରୀ, ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ।

କିନ୍ତୁ ନୂଆ ବାଚସ୍ପତି କିଏ ହେବ ତାକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ଉଲ୍ଲେଖ ଥାଉ କି ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଦୁଇ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଆଉ ଗତକାଲି ହିଁ ଏହି ତିନି ଜଣ ବରିଷ୍ଠ ବିଧାୟକ ହିଁ ମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଥିଲା।

ad-week
Leave A Reply

Your email address will not be published.