ପେନ୍‌ ହସପିଟାଲରେ ଅଗ୍ନିକାଣ୍ଡ

add-all

ଭୁବନେଶ୍ବର: ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ପେନ ହସପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଅଫିସ ଷ୍ଟେସନାରୀ ଓ ବିଭିନ୍ନ କଲମ ମିଳୁଥିବା ଦୋକାନ ପେନ ହସପିଟାଲରେ ଭିତରୁ ଧୁଅଁା ବାହାରୁଥିବା ଦେଖିବାକୁ ମିଳିଥିଲା। ପରବର୍ତ୍ତି ସମୟରେ ସେଠାରେ ନିଆଁ ଲାଗି ଯାଇଥିଲା। ସାରା ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା।

ନିଆଁ ଲିଭାଇବା ପାଇଁ ତୁରନ୍ତ ଦମକଳବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ସେଠାରେ ୨ଟି ନିଆଁ ଲିଭା ଗାଡ଼ି ପହଞ୍ଚିଥିଲେ। ନିଆଁ ଲିଭା କାର୍ଯ୍ୟରେ ୨ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲେ। ଦୀର୍ଘ ୩ଘଣ୍ଟା ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.