କୁଢା କୁଢା ଅଳିଆ ଆବର୍ଜନା ରେ ଉମରକୋଟ ପୌରପରିଷଦ : ସ୍ୱଚ୍ଛ ଭାରତ ଅଭିଯାନ କୁ ଫୁ…!!

add-all



ଉମରକୋଟ : କୁଢା କୁଢା ଅଳିଆ ଆବର୍ଜନା ପରିବେଶ ରେ ଉମେରକୋଟ ପୌର ଅଞ୍ଚଳ l ବାରମ୍ବାର ଅଭିଯୋଗ ପରେ ବି ଚେତା ପଶୁନି ଅଧିକାରୀଙ୍କୁ ସଫେଇ କାମ ଏଠାରେ ଧର୍ମକୁ ଆଖିଠାର କହିଲେ କିଛି ଭୁଲ ହେବ ନାହିଁ l ସୁଚନା ପ୍ରକାରେ ଉମରକୋଟ ପୁରାଣା ବାସଷ୍ଟାଣ୍ଡ ଠାରୁ ସନ୍ତୋଷୀ ନଗରର ରାସ୍ତାର ଦୁଇ ପାର୍ସ ନାଳରେ ପରିଛି କୁଡ଼ା କୁଡ଼ା ମଇଳା ଆବର୍ଜନା, ସାଧାରଣ ବର୍ଷା ହେଲେ ଏହି ମଇଳା ଯାକ ଭାସି ଉଠି ରାସ୍ତା ଉପର ଦେଇ ଘର ଭିତରେ ପଶି ଯାଉଅଛି, ଏବଂ ବାକି ମଇଳା ଭାସି ଯାଇ ବସଷ୍ଟାଣ୍ଡ ଭିତରେ ଗଦା ହେଉଛି, ବସ ଯାତ୍ରୀ ଓ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି , ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସନ୍ତୋଷୀ ନଗରର ଲୋକେ ବହୁ ଥର ଅଭିଯୋଗ କରିବା ସତ୍ତ୍ୱେ ପୌର ପରିଷଦ କର୍ତ୍ତୃପକ୍ଷ କୌଣସି ଭୃକ୍ଷେପ କରୁନାହାନ୍ତି, ଆଉ କିଛି ଦିନ ଭିତରେ ବର୍ଷା ଆସିଯିବ , ସେହି ସମୟରେ ସହରର ଅବସ୍ଥା କହି ହେବ ନାହିଁ ତେଣୁ ବାହା ଘର ବେଳକୁ ବାଇଗଣ ନ ରୋଇ ଏବେ ଠାରୁ ପ୍ରସ୍ତୁତ ହେବା ଜରୁରୀ ବୋଲି ସହରର ବୁଦ୍ଧି ଜୀବି ଓ ସାଧାରଣ ଦାବୀ ଜଣାଇ ଛନ୍ତି ବର୍ଷା ଦିନ ପୂର୍ବରୁ ସମାଧାନ ନହେଲେ ବଡଧରଣର ଅସୁବିଧା ଜନତାଙ୍କୁ ଭୋଗିବାକୁ ପଡ଼ିବ, ସାଧାରଣ ଜନତାଙ୍କ କହିବା କଥା ଏହି ଅସୁବିଧା ପାଇଁ ପୌରପରିଷଦ କର୍ତ୍ତୃପକ୍ଷ ଦାଈ ରହିବେତ…??

ad-week
Leave A Reply

Your email address will not be published.