ଫୁଲବାଣୀ : ଜିଲ୍ଲା ଆଇନ ସେଵା ପ୍ରାଧିକାରଣ ପକ୍ଷରୁ ଦିବ୍ୟଙ୍ଗ ମାନଙ୍କ ନିମନ୍ତେ ସପ୍ତାହେ ବ୍ୟାପୀ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଦିବ୍ୟଙ୍ଗ ମାନେ ଭିନ୍ନକ୍ଷମ ହେଲେବି ସେମାନେ ସବୁ କ୍ଷେତ୍ରରେ ଯେପରି ସକ୍ଷମ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଇପାରିବେ ଆଉ ସରକାରଙ୍କ ଯୋଜନାର ସୁଫଳ ଯେପରି ସେମାନଙ୍କ ନିକଟରେ ପହଞ୍ଚିବ ସେନେଇ ସଚେତନତା କରାଯାଇଥିଲା l
ଆୟୋଜିତ ସଚେତନ ସଭାରେ ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଡି ଏସ ଏସ ଓ ବଳରାମ ସେଠି, ମୁନିସିପାଲିଟି ସି ଓ ସରିତା ରଥ, ସି ଡିପିଓ ଫୁଲବାଣୀ ସୁବର୍ଣ ରାଣୀ ନାୟକ, ଭବାନୀ ଶଙ୍କର ରଥ, ଆଇନଜୀବୀ ଜୟନ୍ତୀ ପାଣିଗ୍ରାହୀ,ନନ୍ଦିତା କୁମାରୀ, ଉଷାରାଣି ପ୍ରଧାନ, ବିଏସ ଏସଓ, କବିତା ବେହେରା, ସପ୍ଲାଇ ଇନ୍ସପେକ୍ଟର, ରବିନ୍ଦ୍ରପଣ୍ଡା, ସହ ସମ୍ପାଦକ ବନବାସୀ ସେବା ସମିତି, ସ୍ବେଛସେବୀ ଅଶୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ ବହୁ ପଦସ୍ତ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ପ୍ରମୁଖ ଉପସ୍ଥିତ ଥିଲେ l
