ଦିଲ୍ଲୀରେ ତାପମାତ୍ରା ୪୬ ଡିଗ୍ରୀ ଟପିଲା

add-all

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମଲହରୀ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି। ୪୬.୨ ଡିଗ୍ରି ତାପମାତ୍ରାରେ ଦିଲ୍ଲୀ ସହର ଜଳୁଛି। ନଜଫଗଡ଼ ଏବଂ ସ୍ପୋର୍ଟସ କମ୍ପ୍ଲେକ୍ସ ଷ୍ଟେସନ୍‌ରେ ପାରଦ ୪୬ ଡିଗ୍ରି ଅତିକ୍ରମ କରିଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆଜି ଦକ୍ଷିଣ ହରିୟାଣା, ଦିଲ୍ଲୀ, ଦକ୍ଷିଣ ଉତ୍ତରପ୍ର‌ଦେଶ, ଉତ୍ତର ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର ଏବଂ ପଶ୍ଚିମବଙ୍ଗରେ ହିଟୱେଭ୍‌ ଆଲର୍ଟ ଜାରି ହୋଇଛି।
ମଙ୍ଗଳବାର ପାଇଁ କେବଳ ଝାଡ଼ଖଣ୍ଡରେ ହିଟ୍‌ୱେଭ ଆଲର୍ଟ ଜାରି ହୋଇଛି। ପଶ୍ଚିମା ଜଳବାୟୁ ପ୍ରଭାବରେ ଆସନ୍ତା ବୁଧବାରଠାରୁ ଉତ୍ତର ପଶ୍ଚିମରେ ବର୍ଷା ଏବଂ କୁଆପଥର ବର୍ଷା ହେବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି। ଫଳରେ ଗୁରୁବାରଠାରୁ ତାପମାତ୍ରା ୩୬ ଡିଗ୍ରିକୁ ଖସି ଆସିବ। ଉଲ୍ଲେଖଯୋଗ୍ୟ ଯେ ରବିବାର ଦିନ ଦିଲ୍ଲୀର ୪ଟି ସ୍ଥାନରେ ସର୍ବାଧିକ ୪୫ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା।

ad-week
Leave A Reply

Your email address will not be published.