ଭାରସାମ୍ୟ ହରାଇ ଓଲଟିଲା କାର, ୫ ଆହତ

add-all

ମୋହନା: ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ବୁଲାଣି ରାସ୍ତାରେ ଆଜି ସକାଳ ସମୟରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କାର୍ ଟି ରାସ୍ତାରୁ ୧୫ ଫୁଟ ତଳକୁ ଚାଲିଯାଇଛି। ପୁରୀରୁ ଏକ ପରିବାରର ସଦସ୍ୟ ମାନେ କୌଣସି କାମରେ ଜୟପୁର ବାଲିସାହି ଯାଉଥିବା ବେଳେ ବେଳେ ଖ୍ରୀଷ୍ଟପୁର ନିକଟରେ ଡ୍ରାଇଭରଙ୍କ ଆଖିଲାଗିଯିବରୁ ଏହି ଦୁର୍ଘଟଣା ହୋଇଛି।

ଆହତ ମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୪ ଜଣ ପୁରୁଷ ଅଛନ୍ତି। ଆହତ ମାନେ ହେଲେ ନରେଶ ପଣ୍ଡା, ଦିଲ୍ଲୀପ ରଥ, ରାମଚନ୍ଦ୍ର ମିଶ୍ର, ଦେବାଶିଷ ପଟ୍ଟନାୟକ ଏବଂ ସରୋଜିନୀ ରଥ । ଆହତ ମାନଙ୍କୁ ପ୍ରଥମେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର mkcg ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ad-week
Leave A Reply

Your email address will not be published.