ଏଣିକି ଶୈବ ପୀଠରେ ଗଞ୍ଜେଇ ମନା

add-all

ଭୁବନେଶ୍ୱର : ଓଡ଼ିଶାର ସମସ୍ତ ଶୈବ ପୀଠରେ ନିଷେଧ ହେବ ଗଞ୍ଜେଇ ବ୍ୟବହାର । ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ବିଭିନ୍ନ ଶୈବ ପୀଠ ମାନଙ୍କରେ ଗଂଜେଇ ବ୍ୟବହାର ନିଷେଧ ପାଇଁ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ କରିଛି ବିଭାଗ। ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଏନେଇ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି। ଅନନ୍ତ ବଳିଆ ଟ୍ରଷ୍ଟର ପୂଜ୍ୟପୂଜକ ବଳିଆ ଶୈବପୀଠରେ ଗଞ୍ଜେଇ ନିଷେଧ କରିବାକୁ ଚିଠି ଲେଖି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ।

ଶୈବପୀଠରେ ଗଞ୍ଜେଇ ବ୍ୟବହାର ଉପରେ କଟକଣାକୁ ନେଇ ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି, ଶୈବପୀଠରେ ଗଞ୍ଜେଇ ନିଷେଧ ସ୍ୱାଗତ ଯୋଗ୍ୟ। ଗଞ୍ଜେଇ ସେବନ ଦ୍ୱାରା ମଣିଷ ରୋଗଗ୍ରସ୍ତ ହୁଏ। ଏହା ଟାଣିବା ଅନୁଚିତ। ଏବେ ପୁଅଙ୍କ ସହ ଝିଅମାନେ ବି ଗଞ୍ଜେଇ ଟାଣୁଛନ୍ତି। ଗଞ୍ଜେଇ ଟାଣିବା ଦ୍ୱାରା ଯୁବପିଢ଼ି ବେମାରିଆ, ଅଳ୍ପାୟୁଷ ହେଉଛନ୍ତି। ଶିବଙ୍କ ଭୋଗରେ ଭାଙ୍ଗ ପଡ଼େ, ଗଞ୍ଜେଇ ପଡ଼େ ବୋଲି ମୁଁ ଜାଣିନି। ଗଞ୍ଜେଇ ବ୍ୟାନ୍ ପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଥିଲି। ଓଡ଼ିଶା ସରକାର ବ୍ୟାନ୍ କରିଥିବାରୁ ମୁଁ ବହୁତ ଖୁସି। ଶୈବକ୍ଷେତ୍ର ଗୁଡିକରେ ଗଞ୍ଜେଇର ବ୍ୟବହାର ଉପରେ କଟକଣା ଲାଗୁ କରିବାକୁ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଥିଲା ।

ad-week
Leave A Reply

Your email address will not be published.