ଓଡ଼ିଶା ଏଲପିଜି ବିତରକ ସଙ୍ଘର ସାଧାରଣ ବାର୍ଷିକ ଅଧିବେଶନ

add-all

ଭୁବନେଶ୍ବର : ଓଡ଼ିଶା ଏଲ୍ ପି ଜି ବିତରକ ସଙ୍ଘର ସାଧାରଣ ବାର୍ଷିକ ଅଧିବେଶନ ଭୁବନେଶ୍ୱର ହୋଟେଲ ନ୍ୟୁ ମେରୀୟନ୍ ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଟିତ ହୋଇଯାଉଛି l ଏଥିରେ ସାରା ଓଡ଼ିଶାର ତିନୋଟି ତୈଳ କଂପାନୀ ଯଥା ଇଣ୍ଡିଆନ ଅଏଲ, ହିନ୍ଦୁସ୍ଥାନ ଓ ଭାରତ ପେଟ୍ରୋଲିୟମର ସାରା ଓଡ଼ିଶାର ଶତାଧିକ ବିତରକ ଯୋଗ ଦେଇଥିଲେ l ଏଠାରେ ବିତରକ ମାନଂକ ବିଭିନ୍ନ ସମସ୍ୟା ଆଲୋଚନା ସହ ସମାଧାନ ପାଇଁ ନୀତି ନିର୍ଧାରଣ କରାଯାଇଥିଲା l ଏହି ଅବସରରେ ୨୦୨୩-୨୪ ମସିହା ପାଇଁ ନୂତନ କର୍ମକର୍ତ୍ତାଙ୍କୁ ସର୍ବସମ୍ମତିରେ ମନୋନୀତ କରଯାଇଥିଲା l ଏଥିରେ ସଭାନେତ୍ରୀ ଭାବେ ଡକ୍ଟର ଲୋପାମୁଦ୍ରା ବକ୍ସିପାତ୍ର, ଉପସଭାପତି ଭାବେ ନୃସିଂହ ପ୍ରସାଦ ପଟ୍ଟନାୟକ, ସାଧାରଣ ସଂପାଦକ ଭାବେ ତ୍ରିଲୋଚନ ପାଣିଗ୍ରାହୀ, ସହ ସଂପାଦକ ଭାବେ ପୁଲିନ ପୁହାଣ, କୋଷାଧକ୍ଷ ଭାବେ ମହେଶ ପାଢୀ ଏବଂ ସହୋଯୋଗୀ ସଦସ୍ୟ ଭାବେ ବିଷ୍ଣୁ ମିଶ୍ର ଓ ଅଭୟ ଗୋଚ୍ଛାୟତ ମନୋନୀତ ହୋଇଥିଲେ l ଆଗମୀ ଦିନରେ ସଂଘ ସମସ୍ତ ସଦସ୍ୟଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବ ବୋଲି ସଭାନେତ୍ରୀ ବକ୍ସିପାତ୍ର ନିଜ ବକ୍ତବ୍ୟରେ କହିଥିଲେ l ସେହିପରି ବିତରକ ମାନଂକ ଉଚିତ ପ୍ରାପ୍ୟ ପ୍ରଦାନ ପାଇଁ ତୈଳ ନିଗମର ଦୃଷ୍ଟି ଆକର୍ଷଣ କରାଯିବl ସହ ସେବା ମନୋଭାବରେ ଗ୍ୟାସ୍ ସିଲିଣ୍ଡର୍ ବିତରଣ କରିବାକୁ ସାଧାରଣ ସଂପାଦକ ପାଣିଗ୍ରାହି କହିଥିଲେ l

ad-week
Leave A Reply

Your email address will not be published.