
ବ୍ରହ୍ମପୁର : ଏକ ସାଇବର ଠକେଇର ଶିକାର ହୋଇଛନ୍ତି ମହେଶ୍ୱର ବାରିକ୍ ନାମକ ଯୁବକ | ଘଟଣାରୁ ଜଣା ପଡିଛି ଯେ ଅରଣ୍ଡୁଆ ଗ୍ରାମର ପ୍ରଫୁଲ ବାରିକ୍ ଙ୍କ ପୁଅ ମହେଶ୍ବର(୩୧)ଙ୍କ ଫୋନ୍କୁ କିଏ ଜଣେ ଅଜଣା ବ୍ୟକ୍ତି 7498723459 ନମ୍ବରରୁ ଫୋନ କଲ୍ କରି କହିଲେ କି ତୁମ ଫୋନ୍ ପେ କୁ ଗୋଟିଏ Reward ମେସେଜ ଆସିଛି | ସେହି କୁପନ କୁ Reading କର ତୁମ Account number କୁ ଟଙ୍କା ଯିବ ଵୋଲି କହିଥିଲେ। ତାଙ୍କ କଥା କୁ ଭରସା ଓ ବିଶ୍ବାସ କରି ମହେଶ୍ବର କୁପନ୍ କୁ Reading କରିଥିଲେ |ହେଲେ Reading କରିବା ପରେ ବାରମ୍ବାର ରିଡ଼ କରିବାକୁ ଅପ୍ସନ ଆସିଲ | ୧୦ ଥର ରିଡିଂ କଲା ପରେ ମହେଶ୍ବରଙ୍କ Account ରୁ 30,940 ଟଙ୍କା କଟିଗଲା । ତାପରେ ମହେଶ୍ବର ଯେତେବେଳ ସେହି ଫୋନ୍ ନମ୍ୱର୍ କୁ କଲ୍ କରି ଉକ୍ତ ଯୁବକ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମାତ୍ର ଯୋଗାଯୋଗ ହୋଇ ପାରିନଥଲା | ଟଙ୍କା ଫେରସ୍ତ ନ ଆସିବାରୁ ମହେଶ୍ବର ଥାନା ରେ ଦ୍ୱାରସ୍ଥ ହୋଇଛନ୍ତି |