
ବ୍ରହ୍ମପୁର : ବଡବଜାର ଥାନା ଅନ୍ତର୍ଗତ ମାଲୁଆଣି ମନ୍ଦିର ସାହି ତୃତୀୟ ଗଳିରେ ରହୁଥିବା ରାଜେଶ୍ୱରୀ ସୁବୁଦ୍ଧି ଏବଂ ତାଙ୍କ ସ୍ୱାମୀ ବିଜୟ କୁମାର ସୁବୁଦ୍ଧି ତାଙ୍କ ପୁଅକୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏସପି ଙ୍କ କାର୍ଯ୍ୟାଳୟ କୁ ଯାଇ ଅଭିଯୋଗ କରିଥିଲେ। କୌଣସି କଥାକୁ ନେଇ ନିଜ ପଡିଶା ଘର ଲୋକଙ୍କ ସହିତଗତ ରବିବାର ଦିନ ପାଟିତୁଣ୍ଡ ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କ ପଡ଼ୋଶୀ ଭିକି ରାଉଳ ବାବୁ ସାହୁ,ଓ ସୁନୀଲ ପ୍ରଧାନ ଗାଳି ଗୁଳଜ କରିବା ସହିତ ମାରିବା ପାଇଁ ଧମକ ଦେଇଥିଲେ।ଏନେଇ ରାଜେଶ୍ୱରୀ ସୁବୁଦ୍ଧି ବଡବଜାର ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା।ଫଳରେ ଗତକାଲି ଭିକି ରାଉଳ ଓ ତା ସହଯୋଗୀ ମାନେ ତାଙ୍କ ପୁଅ ରସନ ସୁବୁଦ୍ଧି କୁ ପ୍ରହ୍ଲାଦ ନଗର ଛକଠାରେ ଅଟକାଇବା ସହିତ ଖଣ୍ଡାରେ ଆକ୍ରମଣ କରିଥିଲେ।ରସନ ର ହାତ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପ୍ରାଣ ବିକଳରେ ସେ ଦୌଡ଼ି ପଳେଇ ବା ପରେ ଆକ୍ରମଣ ରୁ ରକ୍ଷା ପାଇ ଯାଇଥିଲା।ତେବେ ତାକୁ ପରିବାର ଲୋକେ ତୁରନ୍ତ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ଏନେଇ ବଡବଜାର ଥାନାକୁ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୋଲିସ । ଯାହାକୁ ନେଇ ପରିବାର ବର୍ଗ ଭୟଭୀତ ରହିଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କ ଗିରଫ କରିବା ପାଇଁ ଏସପି ଙ୍କୁ ଜଣାଇ ଛନ୍ତି ।