ନର୍ସଙ୍କୁ ଅଶ୍ଳୀଳ ଇଙ୍ଗିତ ପଡିଲା ମହଙ୍ଗା, ରସିକିଆ ପ୍ରସୂତୀ ବିଭାଗ ଡ଼ାକ୍ତରଙ୍କ ନାଁରେ ଥାନାରେ ଏତଲା…


ଭଦ୍ରକ: ଚାନ୍ଦବାଲି ରସିକିଆ ଡ଼ାକ୍ତରଙ୍କ କଳାକାରନାମା ପାଇଁ ଏବେ ହରଡ଼ଘଣାରେ ପଡ଼ିଛି ଚାନ୍ଦବାଲି ମେଡ଼ିକାଲର ପ୍ରସୂତୀ ବିଭାଗ । ପ୍ରସୂତୀ ବିଭାଗର ଡ଼ାକ୍ତରଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଚାନ୍ଦବାଲି ମେଡ଼ିକାଲରେ କାର୍ଯ୍ୟରତ ମହିଳା ନର୍ସ । ମହିଳା ନର୍ସଙ୍କୁ ରସିକିଆ ଡ଼ାକ୍ତର ଜଣଙ୍କ ସବୁ ସମୟରେ ଅଶ୍ଲୀଳ ଇଙ୍ଗିତ ସହ ଏକୁଟିଆ ପାଇଲେ ଟଣାଓଟରା କରିବା, ରାତି ସମୟରେ ଟେଲିଫୋନ ମାଧ୍ୟମରେ ପ୍ରେମ ନିବେଦନ କରିବା ସହ ଗାଳିଗୁଲଜ ଏବଂ କ୍ବାର୍ଟରରେ ପଶି ଦୁଷ୍କର୍ମ କରିବାକୁ ଧମକ ଦେଇଥିବା ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି ।

ଏଥିନେଇ ମହିଳା ନର୍ସ ଗୁରୁବାର ଚାନ୍ଦବାଲି ଥାନାରେ ସଂପୃକ୍ତ ଡ଼ାକ୍ତରଙ୍କ ନାମରେ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ପୋଲିସ ଅଭିଯୋଗ ଅଧାରରେ ସଂପୃକ୍ତ ମହିଳା ନର୍ସଙ୍କ ବୟାନ ରେକର୍ଡ଼ କରିବା ସହ କୋର୍ଟକୁ ୧୬୪ ପାଇଁ ପଠାଇଛି । ଅନ୍ୟପଟେ ସଂପୃକ୍ତ ଡ଼ାକ୍ତର ଜଣଙ୍କ ପୂର୍ବ ଶତ୍ରୁତା ପାଇଁ ମହିଳା ନର୍ସ ଜଣକ ମିଥ୍ୟ ଅଭିଯୋଗ ଆଣିଛନ୍ତି ବୋଲି ସଫେଇ ଦେଇଛନ୍ତି ।

ad-week
Leave A Reply

Your email address will not be published.