ଭୁବନେଶ୍ବର ଏମ୍‌ସରେ ଦଲାଲି କରୁଥିବା ପଶ୍ଚିମବଙ୍ଗର ୨ ବ୍ୟକ୍ତି ଗିରଫ

add-all

ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଭୁବନେଶ୍ବରରେ ଦଲାଲି କରୁଥିବା ପଶ୍ଚିମବଙ୍ଗର ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ୨ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରୋଗୀଙ୍କୁ ଟାର୍ଗେଟ କରୁଥିଲେ। ସାହାଯ୍ୟ କରିବା ଆଳରେ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ହଜାର ହଜାର ଟଙ୍କା ଠକୁଥିଲେ। ଜଣଙ୍କଠାରୁ ୨ରୁ ୫ ହଜାର ପର୍ଯ୍ୟନ୍ତ ଆଦାୟ କରୁଥିଲେ। ଟିକେଟ କରାଇବା ଓ ସୁବିଧାରେ ଚିକିତ୍ସା ପାଇବା ଲୋଭ ଦେଖାଇ ଲୋକଙ୍କ ଠାରୁ ଟଙ୍କା ନେଉଥିଲେ। ସାଦା ପୋଷାକରେ ପୁଲିସ ଏମାନଙ୍କ ଉପରେ ନଜର ରଖିବା ପରେ ଦଳାଲଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ।

ପୁଲିସ ଆଗରେ ଦୋଷ ସ୍ବୀକାର କରିଛନ୍ତି ଦୁଇ ଦଲାଲ। ଏମାନଙ୍କ ସହ ଆଉ କିଏ ସଂପୃକ୍ତ, ତାହାକୁ ନେଇ ତଦନ୍ତ କରୁଛି ଖଣ୍ଡଗିରି ଥାନା ପୁଲିସ। ଏପରି ଦଲାଲ ନଜରକୁ ଆସିଲେ ପୁଲିସକୁ ଜଣାଇବା ପାଇଁ ପୁଲିସ ପକ୍ଷରୁ ଜନ ସାଧାରଣଙ୍କୁ ଅପିଲ କରାଯାଇଛି। ଯଦି ଏପରି ବ୍ୟକ୍ତିଙ୍କୁ କେହି ଦେଖନ୍ତି ତା’ହେଲେ ହେଲ୍ପଲାଇନ୍ ନମ୍ବର (୭୦୭୭୭୯୮୧୧୧)ରେ ଜଣାଇପାରିବେ ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.