ନବ ଦାସ ହତ୍ୟା ମାମଲାର ବାସ୍ତବ ତଦନ୍ତ କରି ନାହିଁ କ୍ରାଇମବ୍ରାଞ୍ଚ: ବିଜୟ ମହାପାତ୍ର

add-all

ଭୁବନେଶ୍ବର: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଷଡ଼ଯନ୍ତ୍ର ନେଇ ତଦନ୍ତ ହୋଇନାହିଁ ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ଏକ ହାଇ ପ୍ରୋଫାଇଲ ମର୍ଡ଼ର, କିନ୍ତୁ କ୍ରାଇମବ୍ରାଞ୍ଚ ବାସ୍ତବ ତଦନ୍ତ କରିନାହିଁ। ପ୍ରାରମ୍ଭିକ ଭାବରେ ଜଣାପଡୁଛି ଏବଂ କ୍ରାଇମବ୍ରାଞ୍ଚ ଏକ କଭରଅପ ବ୍ରାଞ୍ଚ ଭାବରେ ନିଜକୁ ପ୍ରତିପାଦିତ କରିଛି। କ୍ରାଇମବ୍ରାଞ୍ଚକୁ ନେଇ ଲୋକେ ଯାହା ଆଶା କରୁଥିଲେ ତାହା ହେଲା ନାହିଁ। ମୁଁ ପ୍ରଥମେ ମୋଟିଭ ଅଫ ମର୍ଡର ନେଇ ତଦନ୍ତ ହେଉ ବୋଲି କହିଥିଲି, ସେ ସମ୍ପର୍କରେ ତଦନ୍ତ କରିଛନ୍ତି କି ନାହିଁ କିଛି ଜଣାପଡ଼ୁନି।

ଗୋପାଳକୁ ପାଗଳଖାନା ନେବାକୁ କ୍ରାଇମବ୍ରାଞ୍ଚ କହୁଥିଲା, ମିଡିଆ କିମ୍ବା ଲୋକେ କହୁ ନଥିଲେ। ପର୍ଯ୍ୟାୟକ୍ରମେ ବହୁତ ଗୁଡିଏ ଭୁଲ ହୋଇଛି, ସେ ଭୁଲ ସବୁ ସୁଧାରିଛନ୍ତି କି ନାହିଁ, ଠିକ ଭାବେ ତଦନ୍ତ ହୋଇଛି କି ନାହିଁ ଅଧ୍ୟୟନ କଲା ପରେ ଜଣାପଡ଼ିବ।

ad-week
Leave A Reply

Your email address will not be published.