ବିଳମ୍ବିତ ରାତିରେ ରାଜଧାନୀର ନାଇଟ କ୍ଳବ, ବାର ଓ ହୋଟେଲରେ ଚଢ଼ଉ

add-all

ଭୁବନେଶ୍ବର: ବିଳମ୍ବିତ ରାତିରେ ରାଜଧାନୀର ନାଇଟ କ୍ଳବ, ବାର ଓ ହୋଟେଲରେ କମିସନରେଟ ପୁଲିସ ଚଢ଼ଉ କରିଥିଲା। ଇନ୍ଫୋସିଟି ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ସମସ୍ତ ବାର, ନାଇଟ କ୍ଳବ ଓ ହୋଟେଲରେ ଚଢ଼ଉ କରାଯାଇଥିଲା।  ସ୍ୱତନ୍ତ୍ର ୨ଟି ପୁଲିସ ଟିମ, ତିନି ପ୍ଲାଟୁନ ପୁଲିସ ଫୋର୍ସ, ସିଟିଏସ ଫୋର୍ସ, ଟିମ -୬୦ ଏବଂ ବରିଷ୍ଠ ଅଧିକାରୀ।

ଅବକାରୀ ଆଇନ ଅନୁଯାୟୀ, ଯେଉଁମାନେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବାର, ହୋଟେଲ ଓ ନାଇଟ କ୍ଳବ ଚଳାଉଥିଲେ ସେହି ସବୁ ସ୍ଥାନରେ ପୁଲିସ ଚଢ଼ଉ କରିଥିଲା। ଏହା ସହ ସାଉଣ୍ଡ ଭାଓଲେସନ ଏବଂ ଅବକାରୀ ଆଇନରେ ଥିବା ସର୍ତ୍ତାବଳୀକୁ ମଧ୍ୟ ଯାଞ୍ଚ କରିଥିଲା ପୁଲିସ। ସେଫ ସିଟି ଡ୍ରାଇଭ ଜରିଆରେ ଏହି ଚଢ଼ଉ କରାଯାଇଥିଲା। ଅବକାରୀ ଆଇନ ଉଲଙ୍ଘନ କରିଥିବାରୁ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଅଞ୍ଚଳରେ ଥିବା ସମସ୍ତ ବାରକୁ ନୋଟିସ କରିବ କମିସନରେଟ ପୁଲିସ। ଏହାଛଡ଼ା ଅବକାରୀ ବିଭାଗକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ତରଫରୁ ନୋଟିସ କରାଯିବ। ଏହି ଚଢ଼ଉ ପ୍ରକ୍ରିୟା ଆଗକୁ ଆହୁରି ମଧ୍ୟ ଜାରି ରହିବ ବୋଲି ଡିସିପି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.