ବିବାହ ଭୋଜି ଖାଇ ଫେରିବାବେଳେ ଜେଇଙ୍କୁ ସଂଘବଦ୍ଧ ଆକ୍ରମଣ

add-all

ବାଲେଶ୍ୱର : ଜେଇଙ୍କୁ ସଂଘବଦ୍ଧ ଆକ୍ରମଣ। ବିବାହ ଭୋଜି ଖାଇ ଫେରିବାବେଳେ ମରଣାନ୍ତକ ଆକ୍ରମଣ। ବିଦ୍ୟୁତ୍‌ କାଟ୍‌ ନେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ନୀଳଗିରି ବିଦ୍ୟୁତ୍‌ ବିଭାଗ ଜେଇ ପାର୍ଥ ସାରଥୀ ବାରିକ ଓ ଜଣେ କର୍ମଚାରୀ ବିବାହ ଭୋଜି ଖାଇ ଫେରିବାବେଳେ ବରିସାହି ମନସା ମନ୍ଦିର ନିକଟରେ ଆକ୍ରମଣ ହୋଇଥିଲା।

କିଛି ଲୋକ ସେମାନଙ୍କୁ ଅଟକାଇ ବିଦ୍ୟୁତ୍‌ କାଟ ନେଇ ଯୁକ୍ତିତର୍କ କରିବା ସହ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଜେଇ ପାର୍ଥ ସାରଥୀଙ୍କୁ ନୀଳିଗିରି ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.