ସ୍ତ୍ରୀକୁ ହତ୍ୟା ପରେ ଝୁଲି ପଡିଲା ସ୍ବାମୀ…

add-all

ଭଦ୍ରକ : ପାରିବାରିକ କଳହର କରୁଣ ପରିସ୍ଥିତି। ନିଜ ସ୍ତ୍ରୀକୁ କଟୁରୀରେ ହତ୍ୟା କରିବା ପରେ ଗଛରେ ରସି ଲଗାଇ ଆତ୍ମହତ୍ୟା କଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅଧିନସ୍ଥ ମୁଲଣା ସାହି ଗ୍ରାମରେ।

ଗତ କାଲି ରାତିରେ ପାରିବାରିକ କଳହ ଯୋଗୁ ଭାସ୍କର ସାମଲ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ସସ୍ମିତାକୁ ଶୋଇବା ଘର ଭିତରେ କଟୁରୀରେ ହତ୍ୟା କଲା ପରେ ଘରେ ଚାବି ଦେଇ ନିଜେ ଗାଁ ପାଖ ବିଲରେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛି। ଏହି ଘଟଣା ଗ୍ରାମବାସୀ ମାନେ ଜାଣିବା ପରେ ଧାମନଗର ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୨ଟି ଶବ ଜବତ କରିବା ସହିତ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହିତ ସାଇଣ୍ଟିଫିକ ଟିମ ଏହାର ଅଧିକ ତଦନ୍ତ ଜାରି ରଖିଛି।

ତେବେ ଭାସ୍କର ଆଜିକୁ ପ୍ରାୟ ୧୬ ବର୍ଷ ପୂର୍ବରୁ ଚୁଡାକୁଟି ପଂଚାୟତର ସସ୍ମିତାକୁ ବିବାହ ହୋଇଥିଲେ। ସେମାନଙ୍କର ଦୁଇଟି ପୁଅ ଅଛନ୍ତି। ତେବେ ବିଭିନ୍ନ ସମୟରେ ପାରିବାରିକ ଘଟଣା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡା ହୋଇଥାଏ ବୋଲି କୁହାଯାଉଛି କିନ୍ତୁ ଗତକାଲି ରାତିରେ ହଠାତ ଏଭଳି ଘଟଣା ଆଜି ସମସ୍ତଙ୍କୁ ଆଚମ୍ଭିତ କରିଦେଇଛି।

ad-week
Leave A Reply

Your email address will not be published.