ସ୍କୁଟିକୁ ପିଟିଲା ଇଟା ବୋଝେଇ ଟ୍ରକ, ମା’ ଓ ଝିଅ ମୃତ

add-all

ଜଗତସିଂହପୁର: ସ୍କୁଟିକୁ ପିଟିଲା ଟ୍ରକ୍‌, ମା’ ଓ ଝିଅ ମୃତ। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଚସାପଡା ଗାଁରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମାଆ ଓ ଝିଅ ସ୍କୁଟିରେ ଜଗତସିଂହପୁର ମେଡିକାଲ ଆସୁଥିବାବେଳେ ଏକ ଇଟା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ad-week
Leave A Reply

Your email address will not be published.