ଗାଧୋଇଲା ବେଳେ ବୁଡ଼ି ଯାଉଥିଲେ ୩ ଯୁବକ; ସମୁଦ୍ରକୁ ଡେଇଁ ଉଦ୍ଧାର କଲେ ‘ବିଜେପି’ ବିଧାୟକ ହୀରା ସୋଲାଙ୍କି

add-all

ଗାନ୍ଧୀନଗର: ଗୁଜରାଟ ଅନ୍ତର୍ଗତ ପଟୱା ଗ୍ରାମ ନିକଟରେ ସମୁଦ୍ରରେ ବୁଡ଼ିଯାଉଥିବା ୩ଜଣ ଯୁବକଙ୍କୁ ରାଜୁଲା ନିର୍ବାଚନ ମଣ୍ଡଳୀର ‘ବିଜେପି’ ବିଧାୟକ ହୀରା ସୋଲାଙ୍କି ବୁଧବାର ଦିନ ଉଦ୍ଧାର କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ସଂଗୃହୀତ ସୂଚନା ଅନୁସାରେ, ବୁଧବାର ଅପରାହ୍ଣରେ ପଟୱା ଗାଁ ନିକଟ ସମୁଦ୍ରକୂଳ ଉପରେ ପ୍ରବାହିତ ହେଉଥିବା ସମୁଦ୍ର ପାଣିର ଏକ ଧାରା ବା ‘କ୍ରିକ୍‌’ରେ କଳ୍ପେଶ ଶିୟାଲ୍, ବିଜୟ ଗୁଜାରିୟା, ନିକୁଲ୍‌ ଗୁଜାରିୟା ଏବଂ ଜୀବନ ଗୁଜାରିୟା ନାମରେ ୪ଜଣ ଯୁବକ ଗାଧୋଉ ଥିଲେ।
କିନ୍ତୁ, ସମୁଦ୍ରରେ ଖର ସୁଅ ଓ ବଡ଼ ଢେଉ ଯୋଗୁଁ ୪ ଯୁବକ ଗଭୀର ସମୁଦ୍ରକୁ ଟାଣି ହୋଇ ବୁଡ଼ିଗଲେ। ଏଥର ଅସହାୟ ଯୁବକ ୪ଜଣ ସାହାଯ୍ୟ ଆଶ‌ାରେ ଚିତ୍କାର କଲେ। ଆଖପାଖରେ ଥି‌ବା ଲୋକେ ତାଙ୍କର ଚିତ୍କାର ଶୁଣି ଘଟଣାସ୍ଥଳକୁ ଧାଇଁ ଗଲେ।

ସେମାନଙ୍କ ଭିତରେ ଥିଲେ ‘ବିଜେପି’ ବିଧାୟକ ସୋଲାଙ୍କି। ବୁଡ଼ି ଯାଉଥିବା ୪ ଯୁବକଙ୍କୁ ଉଦ୍ଧାର କରିବା ଲାଗି ଉପାୟ ଚିନ୍ତା କରାଯାଉଥିବା ବେଳେ ବିଧାୟକ ସୋଲାଙ୍କି ଗୋଟାଏ ଡଙ୍ଗାରେ ସମୁଦ୍ର ଭିତରକୁ ଯାଇ ପାଣିକୁ ଡେଇଁ ପଡ଼ିଲେ। କିନ୍ତୁ, ୪ଜଣଙ୍କ ମଧ୍ୟରୁ କେବଳ ୩ଜଣଙ୍କୁ ଉଦ୍ଧାର କରିବା ସମ୍ଭବ ହେଲା।

୪ର୍ଥ ଯୁବକ ଜୀବନ ଗୁଜରିୟା ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ପ୍ରାୟ ୨ ଘଣ୍ଟା ତଲାସ କରିବା ପରେ ସନ୍ଧ୍ୟା ବେଳକୁ ତାଙ୍କ ଶବ ଉଦ୍ଧାର କରାଗଲା।

ad-week
Leave A Reply

Your email address will not be published.