ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ  ଅମିତ ଶାହା ଏବଂ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

add-all

ଭୁବନେଶ୍ବର: ଓଡ଼ିଶା ଆସିବେ ଅମିତ ଶାହ ଓ ଜେ. ପି. ନଡ୍ଡା । ଆସନ୍ତା ୧୭ ତାରିଖରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୨୨ ତାରିଖରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆସିବା ନେଇ କାର୍ଯ୍ୟକ୍ରମ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

କେନ୍ଦ୍ରରେ ମୋଦି ସରକାରର ୯ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ୫୧ଟି ମହା ଜନସଂପର୍କ ଅଭିଯାନ ଅନୁଷ୍ଠିତ ହେଉଥିବା ବେଳେ ଓଡ଼ିଶାରେ ୪ଟି ସଭା ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

୬ତାରିଖରୁ ଏଥିପାଇଁ ରାଜ୍ୟରେ ଡେରା ପକାଇବେ କେନ୍ଦ୍ରୀୟ ନେତୃତ୍ୱ। ୬ତାରିଖରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ୭ତାରିଖରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଓଡ଼ିଶା ଆସି ମହା ଜନସଂପର୍କ ଅଭିଯାନର ଦୁଇଦିନିଆ କାର୍ଯ୍ୟକ୍ରମରେ ସାମିଲ ହେବେ। ମୋଦି ସରକାରଙ୍କ ସଫଳତାକୁ ନେଇ ମହା ଜନସଂପର୍କ ଅଭିଯାନରେ ରାଜ୍ୟର କୋଟିଏ ଲୋକଙ୍କୁ ଛୁଇଁବାକୁ ଯୋଜନା କରିଛି ବିଜେପି।

ad-week
Leave A Reply

Your email address will not be published.