୧୯ଟି ବ୍ୟାଙ୍କକୁ ୬ ହଜାର ୫୨୪ କୋଟିର ଚୁନ ଲଗାଇଛି ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ଟ୍ରାନ୍ସପୋଟେସନ୍ ନେଟୱାକ୍ ଲିମିଟେଡ୍

add-all

ନୂଆଦିଲ୍ଲୀ : ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ଟ୍ରାନ୍ସପୋଟେସନ୍ ନେଟୱାକ୍ ଲିମିଟେଡ୍ ଏବଂ ଏହାର ନିର୍ଦ୍ଦେଶକମାନେ ପ୍ରାୟ ୧୯ଟି ବ୍ୟାଙ୍କକୁ ୬ ହଜାର ୫୨୪ କୋଟି ଠକିଥିବା ନେଇ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୨୦୧୬ରୁ ୨୦୧୮ ମଧ୍ୟରେ ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ଟ୍ରାନ୍ସପୋଟେସନ୍ ନେଟୱାକ୍ ଲିମିଟେଡ୍ ଏବଂ ଏହାର ନିର୍ଦ୍ଦେଶକମାନେ ଠକିଥିବା ଅଭିଯୋଗରେ ଉଲ୍ଲେଖ ରହିଛି।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆକ୍ସସ୍ ବ୍ୟାଙ୍କ, ୟସ୍ ବ୍ୟାଙ୍କ ପ୍ରଭୃତି ଏହି ଠକାମୀର ଶିକାର ହୋଇଛି।
ଆଟିଏ ଏବଂ ଠକେଇର ସମ୍ପୃକ୍ତ ବ୍ୟକ୍ତିମାନେ ଧଳାପୋଷାକଧାରୀ ଅପରାଧୀ, ସେମାନେ ଆଇନ ଫାନ୍ଦରୁ ଖସିବା ଭଲଭାବେ ଜାଣନ୍ତି ବୋଲି କାନାରା ବ୍ୟାଙ୍କ ପକ୍ଷରୁ ସିବିଆଇରେ କରାଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି।
ଏତଲାରୁ ଜଣାପଡ଼ିଛି ଗ୍ରାଣ୍ଡ ଥରଟନ ପକ୍ଷରୁ ଆଇଏଲ୍ ଆଣ୍ଡ ଏଫ୍‌ଏସ୍ ଟ୍ରାନ୍ସପୋଟେସନ୍ ନେଟୱାକ୍ ଲିମିଟେଡ୍ ଏବଂ ଏହାର ୩୪୮ ଗ୍ରୁପ୍ କମ୍ପାନୀର କାରବାର ଉପରେ ଫରେନ୍‌ସିକ୍ ଅଡିଟ୍ କରିଥିଲା।

ad-week
Leave A Reply

Your email address will not be published.